ସନ୍ଷ୍ଚାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣର ସଂଖ୍ୟା ଏକ କୋଟି ଅତିକ୍ରମ କରିଛି । ତେବେ ଏକ ଆଶ୍ଵସ୍ଥିକର କଥା ହେଉଛି ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣରେ ହ୍ରାସ ପାଇବାରେ ଲାଗିଛି । ଏହା ସହ କରୋନା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାରେ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରୋଗରୁ ଠିକ ହେଉଥିବା ଲୋକଙ୍କ ସଂଖ୍ୟା ସକ୍ରିୟ ମାମଲା ତୁଳନାରେ ପ୍ରାୟ ୩୦ ପ୍ରତିଶତ ଅଧିକ ।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ଦୈନିକ ହାରାହାରି ସକରାତ୍ମକତା କ୍ରମାଗତ ଭାବେ ହ୍ରାସ ପାଉଛି । ତଥାପି, ଭାରତରେ ଏବେ ମଧ୍ୟ ୩ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପୁନରୁଦ୍ଧାର ହାର ବୃଦ୍ଧି ପାଇଛି ।
ଭାରତରେ କୋଭିଡ -୧୯ କବଳରୁ ସୁସ୍ଥ ହେଉଥିବା ରୋଗୀଙ୍କ ହାର ୯୫ ପ୍ରତିଶତରୁ ଅଧିକ । ଭାରତ ସେହି ଦେଶମାନଙ୍କ ମଧ୍ୟରେ ଅଛି ଯେଉଁଠାରେ କରୋନା ରୋଗୀଙ୍କ ପୁନରୁଦ୍ଧାର ହାର ସର୍ବାଧିକ ରହିଛି । ଭାରତରେ ଦୈନିକ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ସଂକ୍ରମିତ ଲୋକଙ୍କ ସଂଖ୍ୟାଠାରୁ ଅଧିକ ।
📍#COVID19 India Tracker
(As on 19 December, 2020, 08:00 AM)➡️Confirmed cases: 1,00,04,599
➡️Recovered: 95,50,712 (95.46%)👍
➡️Active cases: 3,08,751 (3.09%)
➡️Deaths: 1,45,136 (1.45%)#IndiaFightsCorona#Unite2FightCorona#StaySafeVia @MoHFW_INDIA pic.twitter.com/gzJso2nCmb
— #IndiaFightsCorona (@COVIDNewsByMIB) December 19, 2020