ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସ୍କାଏକିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ ଜେରା କରୁଛି କମିଶନରେଟ ପୋଲିସ । ତେବେ ପୋଲିସର ପଚରା ଉଚରା ବେଳେ ସତ ମାନିଛନ୍ତି ଆକାଶ । ଟଙ୍କା ଟ୍ରାଞ୍ଜାକସନ ଠୁ ନେଇ କେବେ ଓ କେଉଁ ହୋଟେଲ ବୁକ୍ ସହ ଫ୍ଲାଇଟ୍ ବୁକ୍ କରିଥିଲା ସେ ନେଇ ଆକାଶ ସତ ଉଗାଳିଥିବା ଜଣାପଡିଛି । ସ୍କାଏ କିଙ୍ଗରେ ୬୫ ଲକ୍ଷ ଟଙ୍କା ଠକେଇ କରିଛନ୍ତି ଆକାଶ ।
ସୂଚନା ଅନୁସାରେ ଟାଟା ମୋଟର୍ସର ଏମଡି ନଥିବା ନେଇ କହିଛନ୍ତି ଆକାଶ । ଚାର୍ଟର୍ ବିମାନ ଭଡ଼ା ଠକେଇ ନେଇ ଟ୍ରାଭେଲ୍ସ ସଂସ୍ଥା ସ୍କାଏକିଙ୍ଗ୍ ପକ୍ଷରୁ ହୋଇଥିବା ମାମଲାରେ ଆକାଶ ପାଠକଙ୍କୁ କମିଶନରେଟ ପୋଲିସ ମୁଖ୍ୟାଳୟରେ ଜେରା କରାଯାଉଛି । ଜେରା ସମୟରେ ଠକେଇର ବିଭିନ୍ନ ତରିକା ସମ୍ପର୍କରେ ପୋଲିସ ହାତରେ ଠୋସ୍ ପ୍ରମାଣ ଲାଗିଛି । ଏପରିକି ତାଙ୍କର କିଛି ସହଯୋଗୀଙ୍କ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି ।
ତେବେ ଗତ ୧ ତାରିଖରେ ସ୍କାଏକିଙ୍ଗ୍ ପକ୍ଷରୁ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ୍ । ଏହି ମାମଲାରେ ଅଧିକ ପ୍ରମାଣ ସଂଗ୍ରହ ଲାଗି ଆକାଶଙ୍କ ହସ୍ତାକ୍ଷର ସଂଗ୍ରହ କରାଯାଇଛି । ହସ୍ତାକ୍ଷରକୁ ରାଜ୍ୟ ଫରେନସିକ୍ ଲାବ୍କୁ ପଠାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।