ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜଧାନୀର ରାସ୍ତାକଡ଼ରେ ଏବେ ଗାଡି ପାରିବେନି କୌଣସି ପ୍ରକାରର ଯାନ । ରାଜଧାନୀର ରାସ୍ତାକଡ଼ରେ ଦୁଇଚକିଆ କି ଚାରିଚକିଆ ଗାଡ଼ି ରଖିପାରିବେନି ଚାଳକ । ଏନେଇ ସୂଚନା ଦେଇଛନ୍ତି କମିଶନରେଟ୍ ପୋଲିସ ।
ସୂଚନା ମୁତାବକ କମିଶନରେଟ୍ ପୋଲିସ ପକ୍ଷରୁ ରାସ୍ତାକଡ଼ରେ ଗାଡ଼ି ରଖିବା ଉପରେ କଟକଣା ଲାଗୁ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ ମଧ୍ୟ ଆରମ୍ଭ ହୋଇଛି । ଏ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପ୍ରଚାର କରାଯାଉଛି ।
ତେବେ ଯଦି କେହି ଏହି ନିୟମ ଉଲଂଘନ କରେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ରାସ୍ତା କଡ଼ରେ ଥିବା ଗାଡ଼ିକୁ କ୍ରେନ୍ରେ ଉଠାଇ ନିଆଯିବ । ଅପରପକ୍ଷରେ ଜରିମାନା ସହ କ୍ରେନ୍ ବାବଦ ଖର୍ଚ୍ଚ ବି ଗାଡ଼ି ମାଲିକ ଦେବେ ବୋଲି ସୂଚନା ଦିଆଯାଇଛି