ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଓଡିଆ ଭାଷାରେ ପ୍ରକାଶ ପାଇବ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର । ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଛାତ୍ରଛାତ୍ରୀଙ୍କ ହିତସାଧନ ପାଇଁ ଏପରି ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ । ତେବେ ଚଳିତ ବର୍ଷଠାରୁ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ବିଭିନ୍ନ ଭାରତୀୟ ଭାଷା ସମେତ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ହେବାକୁ ଯାଉଛି । ପରୀକ୍ଷା ପତ୍ରକୁ ଓଡିଆ ଭାଷାରେ ଉପଲବ୍ଧ କରିବାକୁ କିଛି ଦିନ ତଳେ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଜାତୀୟ ପରୀକ୍ଷା ସଂସ୍ଥା)କୁ ଅନୁରୋଧ କରିଥିଲେ ରାଜ୍ୟସରକାର । ତେବେ ଏଥିରେ ସମ୍ମତି ପ୍ରକାଶ କରିଛନ୍ତି NTA ।
ଚଳିତ ବର୍ଷଠାରୁ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ବିଭିନ୍ନ ଭାରତୀୟ ଭାଷା ସମେତ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ହେବ। ରାଜ୍ୟର ଛାତ୍ରଛାତ୍ରୀଙ୍କ ହିତକୁ ଅଗ୍ରାଧିକାର ଦେଇ ଜେଇଇ ପରୀକ୍ଷା ଓଡ଼ିଆ ଭାଷାରେ କରାଇବାକୁ ରାଜ୍ୟ ସରକାର କରିଥିବା ଅନୁରୋଧରେ @DG_NTA ସହମତି ପ୍ରକାଶ କରିଛନ୍ତି। #Odisha
— CMO Odisha (@CMO_Odisha) December 19, 2020