ସନ୍ଷ୍ଟାର ଟିଭି ବ୍ୟୁରୋ
ଆଡିଲେଡ୍: ଭାରତୀୟ କ୍ରିକେଟ ଇତିହାସରେ ଆଜି ହେଉଛି ସବୁଠାରୁ ଲଜ୍ଜାଜନକ ଦିନ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ଦ୍ୱିତୀୟ ଦିନରେ ମାତ୍ର ୩୬ ରନରେ ଅଲ୍ଆଉଟ୍ ହୋଇଛି ଭାରତୀୟ ଦଳ । ଟେଷ୍ଟ ମ୍ୟାଚ୍ରେ କୌଣସି ଦଳ ବିପକ୍ଷରେ କରାଯାଇଥିବା ସ୍କୋର ମଧ୍ୟରେ ଏହା ସବୁଠାରୁ କମ୍ ।ଭାରତର କୌଣସି ବ୍ୟାଟ୍ସମ୍ୟାନଙ୍କ ରନ ଦୁଇ ଅଙ୍କ ଛୁଇଁ ପାରିନଥିଲା । ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ଭାରତର ଗୋଟିଏ ପରେ ଗୋଟିଏ ଖେଳାଳୀ ଅତି ଶୋଚନୀୟ ଭାବରେ ପଡିଆରୁ ବିଦା ହୋଇଥିଲେ । ପ୍ରଥମ ଇଂନିସରେ ଅଗ୍ରଣୀ ଥିବା ୫୩ ରନ୍ ଏବଂ ଆଜିର ୩୬ ରନ୍ ମିଶାଇଲେ ଅଷ୍ଟ୍ରେଲିଆ ଆଗରେ ବିଜୟ ଲକ୍ଷ୍ୟ ଥିଲା ମାତ୍ର ୯୦ ରନ୍ । ଯେଉଁଥିପାଇଁ ଅତି ସହଜରେ ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ହାତକୁ ଚାଲିଯାଇଛି ।