ସନ୍ଷ୍ଟାର ଟିଭି ବ୍ୟୁରୋ
ଏଡିଲେଡ୍: ତୃତୀୟ ଦିନର ପିଙ୍କ ବଲ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ଅବସ୍ଥା । ଦୁଇ ଅଙ୍କ ଛୁଇଁ ପାରିଲେନି କୌଣସି ବ୍ୟାଟ୍ସମ୍ୟାନ । ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ଭାରତର ଗୋଟିଏ ପରେ ଗୋଟିଏ ଖେଳାଳୀ ଅତି ଶୋଚନୀୟ ଭାବରେ ପଡିଆରୁ ବିଦା ହୋଇଛନ୍ତି ।
ପେଟ୍ କମିଂସ ଓ ଜୋସ ହେଜଲବୁଡ ମିଳିତ ଭାବେ ଆଜି ଟିମ୍ ଇଣ୍ଡିଆକୁ ନିଜ ବୋଲିଂରେ ନଚାଇଥିଲେ । ପ୍ରଥମ ଇନିଂସ ଆଧାରରେ ଟିମ୍ ଇଣ୍ଡିଆ ଭଲ ଲିଡ୍ ହାସଲ କରିବାକୁ ଚାହୁଁଥିଲା । ଏକ ବଡ ସ୍କୋର ଛିଡା କରି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ପାଇଁ ସବୁ ରାସ୍ତା ବନ୍ଦ କରିବା ଲକ୍ଷ୍ୟରେ ଥିଲା । କିନ୍ତୁ ତୃତୀୟ ଦିନ ଖେଳ ଆରମ୍ଭ ହେବା ସହ ପେଟ୍ ଓ ହେଜଲବୁଜ୍ ଜୋଡି ଅଷ୍ଟ୍ରେଲିଆ ପାଇଁ ମୋର୍ଚ୍ଚା ସମ୍ଭାଳିଥିଲେ । ଏହା ପରେ ଜଣକ ପରେ ଜଣେ ଭାରତୀୟ ବ୍ୟାଟସମ୍ୟାନ୍ ଏହି ଦୁଇ ବୋଲରଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ ।
ଭାରତ ୯ ୱିକଟରେ ୩୬ ରନ କରି ଇନିଂସ ଘୋଷଣା କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟ୍ କ୍ରିକେଟରେ ଭାରତର ସବୁଠାରୁ କମ ସ୍କୋରର ରେକର୍ଡ ୪୨ ରନ୍ ରହିଥିଲା । ଜୁନ୍ ୧୯୭୪ ମସିହାରେ ଭାରତ ଇଂଲଣ୍ଡ ବିରୋଧରେ ମାତ୍ର ୪୨ ରନରେ ଅଲ ଆଉଟ୍ ହୋଇଥିଲା । ସେହିଭଳି ୧୯୪୭ରେ ଭାରତ ଅଷ୍ଟ୍ରେଲିଆ ବିରୋଧରେ ପର୍ଥ ଟେଷ୍ଟରେ ୫୮ ରନରେ ଅଲ ଆଉଟ୍ ହୋଇଥିଲା । ୩୬ ରନରେ ଭାରତ ଇନିଂସ ଡିକ୍ଲାର କରିଥିବା ବେଳେ କୌଣସି ବ୍ୟାଟସମ୍ୟାନ୍ ୧୦ ରନ୍ ମଧ୍ୟ କରି ପାରି ନାହାନ୍ତି ।