ସନ୍ଷ୍ଟାର ଟିଭି ବ୍ୟୁରୋ
image courtesy: livemint
ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବ ପୃଥିବୀର ପ୍ରାୟ ସବୁ ଦେଶରେ ଦେଖାଯାଇଛି । ତେବେ ଅନ୍ୟ ଦେଶ ତୁଳନାରେ ଭାରତର କରୋନା ସ୍ଥିତି ବେଶ୍ ଭଲ ରହିଛି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ । ଆଜି ଅନୁଷ୍ଠିତ ୨୨ତମ ମନ୍ତ୍ରୀମଣ୍ଡଳ ବୈଠକରେ ଭିଡିଓ କନ୍ଫେରସିଙ୍ଗ ମାଧ୍ୟମରେ ଯୋଗ ଦେଇଥିଲେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ । ସେଠାରେ ସେ ସୂଚନା ଦେଇଥିଲେ ଯେ ଭାରତରେ ସୁସ୍ଥ ହାର ପୂଥିବୀର ଅନ୍ୟ ଦେଶ ତୁଳନାରେ ସବୁଠୁ ଅଧିକ । ଭାରତରେ କରୋନା ସୁସ୍ଥ ହାର ୯୫.୪୬ % ଅଟେ । ଭାରତରେ କରୋନା ଜନିତ ମୃତ୍ୟୁ ହାର ମଧ୍ୟ ଅନ୍ୟ ଦେଶ ତୁଳନାରେ ବହୁତ କମ୍ । ଭାରତରେ କରୋନା ମୃତ୍ୟୁହାର ମାତ୍ର ୧.୪୫ % ରହିଛି । ସାରା ଦେଶରେ ୧୬ କୋଟିରୁ ଅଧିକ କରୋନା ଟେଷ୍ଟ ହୋଇସାରିଛି । ତେବେ ଆଜି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିଛି । ତେବେ ସେମାନଙ୍କ ମଧ୍ୟରୁ ୯୫ ଲକ୍ଷ ୫୦ ହଜାର ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି ।
ଆସନ୍ତା ୬-୭ ମାସ ମଧ୍ୟରେ ୩୦ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯିବ । ୨୦୨୧ ବର୍ଷ ସମସ୍ତ ଦେଶବାସୀଙ୍କ ପାଇଁ ବହୁତ ଭଲ ହେବ ଏବଂ କରୋନା ବିରୁଦ୍ଧରେ ଯୁଦ୍ଧରେ ଭାରତକୁ ନିର୍ଣ୍ଣାୟକ ସଫଳତା ମିଳିବ ବୋଲି ଆଶା ରଖିଛନ୍ତି ହର୍ଷ ବର୍ଦ୍ଧନ ।
ତେବେ ଏହି ବୈଠକରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ଏସ୍ ଜୈଶଙ୍କର, ବୈଦେଶିକ ମନ୍ତ୍ରୀ ହରଦୀପ ସିଂହ, ରାଷ୍ଟ୍ରମନ୍ତ୍ରୀ, ଅମରଜିତ ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ ।