ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନାକୁ ନେଇ ସବୁଠୁ ଅଧିକ ଚିନ୍ତାରେ ରହିଛନ୍ତି ଦିଲ୍ଲୀବାସୀ । ତେବେ କରୋନା ମହାମାରୀକୁ ନେଇ ଦିଲ୍ଲୀବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ସେ କହିଛନ୍ତି ଯେ ପୁରା ଦେଶରେ କରୋନା ମହାମାରୀକୁ ନେଇ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛି ଦିଲ୍ଲୀ । କିଛି ଦିନ ହେବ କରୋନାରେ ୩ୟ ପର୍ଯ୍ୟାୟ ଜାରି ରହିଛି । ତେବେ ଏହି ପର୍ଯ୍ୟାୟରେ କରୋନା ଦିଲ୍ଲୀବାସୀଙ୍କ ଆୟତ୍ତରେ ରହିଛି । କରୋନାକୁ ନେଇ ଆଶ୍ଵସ୍ତି ଅନୁଭବ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ । ଦିଲ୍ଲୀବାସୀ ମିଳିମିଶି କରୋନାର ୩ୟ ପର୍ଯ୍ୟାୟରେ କରୋନାକୁ ଅନେକାଂଶରେ ନିଜ ଆୟତ୍ତକୁ ଆଣିପାରିଛନ୍ତି ବୋଲି କହି ଦିଲ୍ଲୀବାସୀଙ୍କୁ ଖୁସି ଖବର ଶୁଣାଇଛନ୍ତି ।
ଦିଲ୍ଲୀରେ ସବୁଠୁ ବେଶୀ ଗୁରୁତ୍ଵ କରୋନା ଟେଷ୍ଟ କରିବାକୁ ଦିଆଯାଇଥିଲା ବୋଲି ସୂଚନା ଦେଇଛନ୍ତି କେଜ୍ରିଓ୍ଵାଲ । ଆଜି ଦିଲ୍ଲୀରେ ପ୍ରାୟ ୯୦ ହଜାର ପରୀକ୍ଷା କରାଯାଇଛି । ତେବେ ଗୋଟିଏ ଦିନରେ ଦେଶରେ କୌଣସି ସ୍ଥାନରେ ଏତେସଂଖ୍ୟକ ଟେଷ୍ଟ ହୋଇନାହିଁ ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟଙ୍କ ସଂଖ୍ୟା ୨୨, ୮୮୯ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୨୯,୮୮୫ ଜଣ ଓ କରୋନା ରୋଗରେ ୩୩୮ ଜଣଙ୍କ ମୃତ୍ୟୁ ହୋଇଛି ।