ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ସାଇବର ଅପରାଧ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଫେସ୍ବୁକ ବ୍ୟବହାରକାରୀଙ୍କ ପାଇ ସତର୍କ ସୂଚନା ଜାରି କରିଛନ୍ତି ଓଡିଶା ପୋଲିସ । କନ୍ଧମାଳ ଏସ୍ପି ନିଜ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସାଇବର ଅପରାଧିମାନେ ଫେସବୁକ ବ୍ୟବହାରୀକାରୀଙ୍କ ଫେସବୁକ ଆକାଉଣ୍ଟ ଉପରେ ସବୁବେଳେ ନଜର ରଖୁଛନ୍ତି । ସେମାନେ ବ୍ୟବହାରୀକାରୀଙ୍କ ନାମ ଓ ପ୍ରୋଫାଇଲ ଫୋଟୋ ବ୍ୟବହାର କରି ନୂତନ ଆକାଉଣ୍ଟ ଖୋଲୁଛନ୍ତି । ଏବଂ ସେଥିରେ ସାଙ୍ଗ ମାନଙ୍କୁ ପଇସା ପଠାଇବା ପାଇଁ ଅନୁରୋଧ କରୁଛନ୍ତି । ତେବେ ଲୋକମାନେ ଏହାକୁ ସତ ଭାବି ପଇସା ପଠାଇ ଠକାମୀର ଶିକାର ହେଉଛନ୍ତି ।
ପୋଲିସ ଆଉ ମଧ୍ୟ ସୂଚନା ଦେଇଛନ୍ତି ଯେ ଯଦି ଆପଣ ଫେସ୍ବୁକ ବ୍ୟବହାର କରୁଛନ୍ତି ତେବେ ନିଜ ପ୍ରୋଫାଇଲକୁ ସବୁବେଳେ ଲକ ପକାଇ ରଖନ୍ତି । ନଚେତ୍ ଆପଣ ବା ଆପଣଙ୍କ ବନ୍ଧୁ ଠକାମୀର ଶିକାର ହୋଇପାରନ୍ତି ।
Alert for Facebook users. @CMO_Odisha @MoSarkar_Odisha @DGPOdisha @odisha_police @igpsr @vinit_ips pic.twitter.com/ZL8AI5iotm
— SP KANDHAMAL (@spkandhamal) December 19, 2020