ସନ୍ଷ୍ଟାର ଟିଭି ବ୍ୟୁରୋ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ବଡ ଝଟକା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତାଙ୍କର ଅଡ଼ୁଆ ସେତିକି ବଢ଼ିବାରେ ଲାଗିଛି । ଆଗାମୀ ନିର୍ବାଚନ ନେଇ ବିଜେପି ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ କଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଏ ମଧ୍ୟରେ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ୧୧ ଜଣ ତୃଣମୂଳ କଂଗ୍ରେସ ନେତା । ଏମାନଙ୍କ ମଧ୍ୟରେ ୫ଜଣ ବିଧାୟକ, ଜଣେ ସାଂସଦ ଏବଂ ଜଣେ ପୂର୍ବତନ ସାଂସଦ ମଧ୍ୟ ବିଜେପିରେ ଯୋଗ ଦେଇଥିବା ଜଣାପଡ଼ିଛି ।
ଦୁଇ ଦିନିଆ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହା ଏବେ ପଶ୍ଚିମବଙ୍ଗର ମେଦିନପୁରରେ ରାଲି କରୁଥିବା ବେଳେ ଏହି ଅବସରରେ ଟିଏମସିର ୧୧ଜଣ ନେତା ବିଜେପି ହାତ ଧରିଛନ୍ତି । ଏମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ଛାଡ଼ିଥିବା ପ୍ରଭାବଶାଳୀ ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ସାସଂଦ ସୁନୀଲ୍ ମଣ୍ଡଲ ମଧ୍ୟ ସାମିଲ୍ ଅଛନ୍ତି ।