ସନ୍ଷ୍ଟାର ଟିଭି ବ୍ୟୁରୋ
ଖୁବ ଶୀଘ୍ର କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଖଦୀ ବୋର୍ଡ ବେଦିକ ପେଣ୍ଟ ବିକ୍ରି ଆରମ୍ଭ କରିବ । କେନ୍ଦ୍ରମନ୍ତ୍ରୀ ନୀତନ ଗଡକରୀ ଏ ବିଷୟରେ ସୂଚନା ଦେଇଛନ୍ତି । ଚାଷୀମାନଙ୍କର ଆୟ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଖଦୀ ଏବଂ ଭିଲେଜ୍ ଇଣ୍ଡଷ୍ଟ୍ରୀ କମିଶନ ଖୁବ ଶୀଘ୍ର ବେଦିକ ପେଣ୍ଟର ବିକ୍ରି ଆରମ୍ଭ କରିବେ । ଗ୍ରାମବାସୀଙ୍କର ଆର୍ଥିକ ଉନ୍ନତିରେ ଏହା ସହାୟକ ହେବ। ଗୋପାଳନ କରୁଥିବା ଚାଷୀମାନଙ୍କର ଠାରୁ ଖଦୀ ବୋର୍ଡ ଗୋବର କିଣିବ । ଜଣେ ଜଣେ ଚାଷୀଙ୍କ ଠାରୁ ୫୫ ହଜାର ପର୍ଯ୍ୟନ୍ତ ଗୋବର କିଣାଯିବ ।
ନିତିନ୍ ଗଡକରି କହିଛନ୍ତି ଯେ ଏହା ପରିବେଶ ପାଇଁ ବେଶ୍ ସୁରକ୍ଷିତ ।, ଏହାକୁ ଧୋଇଲେ ନଷ୍ଟ ହେବନାହିଁ , ଏହା ଇକୋ ଫ୍ରେଣ୍ଡଲୀ ହେବା ସହ ଆଣ୍ଟି ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି ଫଙ୍ଗାଲ ମଧ୍ୟ । ଯାହା ମାତ୍ର ୪ ଘଣ୍ଟା ମଧ୍ୟରେ ଅତି ସହଜ ଭାବରେ ଶୁଖି ପାରିବ । ଏହା ଡିଷ୍ଟେମ୍ପର ଏବଂ ଇମଲ୍ସନ ଦୁଇ ପ୍ରକାରରେ ବଜାରରେ ଉପଲବ୍ଧ ହେବ । ଏହି ବେଦିକ ପେଣ୍ଟ ଜୀବୀଣୁ ବିନାଶ କରିବା ସହ ଦୀର୍ଘସ୍ଥାୟୀ ବୋଲି ଖଦୀ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସରକାରଙ୍କ ଏହି ବ୍ୟବସ୍ଥା ଯୋଗୁଁ ଚାଷୀମାନେ ଅତ୍ୟନ୍ତ ଉପକୃତ ହୋଇପାରିବେ ।