ସନ୍ଷ୍ଟାର ଟିଭି ବ୍ୟୁରୋ
ବିକ୍ରି ହେବ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ। ବାରଣାସୀ ଗୁରୁଧାମ କଲୋନୀରେ ଥିବା ମୋଦିଙ୍କ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଓଏଲଏକ୍ସରେ ବିଜ୍ଞାପନ ଦିଆଯାଇଛି। ତେବେ ଏପରି ବିଜ୍ଞାପନ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଲୋକେ। କାରଣ କାହିଁକି ଓ କିଏ ଏହି ବଜ୍ଞାପନ ଦେଇଛନ୍ତି ତାହାକୁ ନେଇ ବି ଅନେକ କଥା ଶୁଣବାକୁ ମିଳୁଛି। ତେବେ ଏହି ଘରର ମୂଲ୍ୟ ସାଢେ ୭କୋଟି ଟଙ୍କା ରହିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ମୀକାନ୍ତ ଓଝା ନାମକ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଆଇଡିରେ ଏହାକୁ ସେୟାର କରାଯ।ଇଛି।
ଏହି ଘଟଣା ଜଣାପଡିବା ପରେ ତଦନ୍ତ ଆରମ୍ଭ ହୋଇଛି। ସ୍ଥାନୀୟ ପ୍ରଶାସନ ଅଧିକାରୀ କହିଛନ୍ତି ଯେ, ଏ ଘଟଣା ସମ୍ପର୍କରେ ଆମେ ଜାଣିବା ପରେ ତୁରନ୍ତ ଓଏଲଏକ୍ସରୁ ବିଜ୍ଞାପନକୁ ହଟାଇ ଦିଆଯ।ଇଛି। ତେବେ ଏଭଳି ଏକ ନକଲି ବିଜ୍ଞାପନ ଦେଇ ଗିରଫ ହୋଇଛନ୍ତି ୪ ଜଣ ବ୍ୟକ୍ତି।