ସନ୍ଷ୍ଟାର ଟିଭି ବ୍ୟୁରୋ
ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ନୂଅ ମୋଡ଼ ନେଇଛି। ରାଜ୍ୟ ସରକାର ଯୋଗୀ ଆଦିତ୍ୟନାଥଙ୍କ ଆଦେଶ ପରେ ଏହି ଘଟଣାର ତଦନ୍ତ କରୁଥିବା ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆଜି ଏକ ଚାର୍ଜସିଟ୍ ଦାଖଲ କରିଛି। ତଦନ୍ତକାରୀ ଅଧିକାରୀ (ଆଇଓ) ସୀମା ପାହୁଜା ଏବଂ ସିବିଆଇ ଅଧିକାରୀ ଆଜି ହାଥରସ ଜିଲ୍ଲା କୋର୍ଟରେ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛନ୍ତି। ପୀଡ଼ିତା ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନ ଆଧାରରେ ସିବିଆଇ ସ୍ବତନ୍ତ୍ର ଏସସି / ଏସଟି କୋର୍ଟରେ ଚାର୍ଜସିଟ ଦାଖଲ କରିଥିବା ଜଣା ପଡ଼ିଛି।