ସନ୍ଷ୍ଟାର ଟିଭି ବ୍ୟୁରୋ
ଦେଶରେ ଥିବା ସମସ୍ତ ଟୋଲ ପ୍ଲାଜାକୁ ବନ୍ଦ କରିଦିଆଯିବ ବୋଲି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ଆସନ୍ତା ୨ ବର୍ଷ ମଧ୍ୟରେ ଭାରତର ସମସ୍ତ ଟୋଲ ବୁଥ୍କୁ ବନ୍ଦ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଆଗକୁ ଦେଶରେ ଟୋଲ ଆଦାୟ ଜିପିଏସ ମାଧ୍ୟମରେ ହେବ । ଏହି ବ୍ୟବସ୍ଥାକୁ ଋଷ ସରକାରଙ୍କ ସହଯୋଗିତାରେ କାର୍ଯ୍ୟକାରୀ କରାଯିବ । ଦେଶବ୍ୟାପୀ ଗାଡିଗୁଡିକ ବିନା ବାଧାରେ ଯାତାୟତ ବା ଚଳାଚଳ କରିବାରେ ସହାୟକ ହେବ । ଆଗକୁ ଟୋଲ ସଂଗ୍ରହ ବ୍ୟବସ୍ଥା ଏଭଳି ରହିବ ଯେ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ବାବଦରେ ଟଙ୍କା କଟିବ । ଆଉ ଟୋଲ ପ୍ଲାଜାରେ ଅଟକିବାକୁ ପଡିବ ନାହିଁ । ଗାଡି ଗୁଡିକରେ ଖଞ୍ଜା ଯାଇଥିବା ଜିପିଏସ ଆଧାରରେ ଟୋଲ ଦେୟ ଆକାଉଣ୍ଟରୁ କଟିବ ।