ସନ୍ଷ୍ଟାର ଟିଭି ବ୍ୟୁରୋ
ସମ୍ଵଲପୁର: ଆସନ୍ତା ମାସ ଜାନୁଆରୀ ୩ ତାରିଖରୁ ଖୋଲିବାକୁ ଯାଉଛି ସମ୍ଵଲପୁରର ସୁପ୍ରସିଦ୍ଧ ମା ସମଲେଶ୍ଵରୀ ମନ୍ଦିର । ତେବେ ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ତେବେ ଚଳିତ ମାସ ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଥିଲେ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାୟ ମାର୍ଚ୍ଚ ମାସରୁ ସମସ୍ତ ସ୍କୁଲ କଲେଜ ତଥା ସମସ୍ତ ଧର୍ମାନୁଷ୍ଠାନ ଗୁ଼ଡିକ ବନ୍ଦ କରାଯାଇଥିଲା । ସ୍ଥିତିରେ ସୁଧାର ଆସିବାରୁ ଏବେ ଧିରେ ଧିରେ ସମସ୍ତ ଧର୍ମାନୁଷ୍ଠାନଗୁଡିକ ଖୋଲା ଯାଉଛି ।