ସନ୍ଷ୍ଟାର ଟିଭି ବ୍ୟୁରୋ
ମଧ୍ୟପ୍ରଦେଶଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ଆୟୋଜିତ କୃଷକ ସମ୍ମଳନୀରେ ଯୋଗ ଦେଇଛନ୍ତି । ତେବେ ଏହି ସମ୍ମିଳନୀରେ କୃଷକମାନଙ୍କୁ ନୂତନ କୃଷି ଆଇନ ବିଷୟରେ ବୁଝାଇଛନ୍ତି । ସେ କହିଛନ୍ତି ରାଜନୈତିକ ସ୍ଵାର୍ଥ ସାଧନ ପାଇଁ କିଛି ରାଜନୈତିକ ଦଳ ଏପରି କରୁଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ଛଅ ବର୍ଷ ମଧ୍ୟରେ ସରକାର କୃଷକମାନଙ୍କ ସମସ୍ତ ଦରକାରକୁ ଧ୍ୟାନ ରଖି ସମସ୍ତ କାର୍ଯ୍ୟ କରିଛନ୍ତି ।ପୂର୍ବରୁ ଯେଉଁ କୃଷି ଆଇନ୍ ପ୍ରଚଳିତ ଥିଲା ତାଠାରୁ ବର୍ତ୍ତମାନର କୃଷି ଆଇନ ଉନ୍ନତମାନର ରହିଛି । କୃଷକମାନଙ୍କ ଭଲ ଦେଖାଇ ହେଉଥିବା ଲୋକ କେତେ ନିର୍ଦ୍ଦୟୀ ଅଟନ୍ତି ତାହା ସ୍ଵାମୀନାଥନ କମିଟି ରିପୋର୍ଟରୁ ସ୍ପଷ୍ଟ ଜଣାପଡେ । କୃଷକଙ୍କ ପାଇଁ ବିଜେପି ସରକାର ସର୍ମପିତ ବୋଲି କହିଛନ୍ତି ମୋଦି । ବିଜେପି ସରକାର ଯେଉଁ ପିଏମ୍ କୃଷକ ଯୋଜନା ଆରମ୍ଭ କରିଛନ୍ତି, ସେଥିରେ ସବୁ ବର୍ଷ ପାଖାପାଖି ୭୫ ହଜାର କୋଟି ଟଙ୍କା କୃଷକଙ୍କୁ ମିଳିବାକୁ ଯାଉଛି ।