ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଶୀତ ଅପେକ୍ଷା କୁହୁଡିର ମାତ୍ରା ଅତ୍ୟଧିକ ଦେଖାଯାଇଛି । ଆଜି ବୌଦ୍ଧ ଏବଂ କୋରାପୁଟରେ ସର୍ବାଧିକ କୁହୁଡି ଦେଖାଯାଇଥିଲା । ଏଠାରେ ଦୃଶ୍ୟମାନ ଦୂରତା ୩୦ ରୁ ୪୦ ମିଟର ମଧ୍ୟରେ ରହିଥିଲା । ତେବେ ଏହା ପରେ ଅନୁଗୁଳ ଜିଲ୍ଲାରେ ମଧ୍ୟ କୁହୁଡି ଦୃଶ୍ୟମାନ ହୋଇଥିଲା । ଏଠାରେ ମଧ୍ୟ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିଥିଲା ।
ଗତ କାଲି ରାତିରେ ଦାରିଙ୍ଗବାଡିରେ ସର୍ବଧିକ ଶୀତ ଅନୁଭୂତ ହୋଇଥିଲା । ଏଠାକାର ତାପମାତ୍ରା ୧୨.୫ ଡିଗ୍ରୀ ରହିଥିଲା । ଏହା ପରେ ଝାରସୁଗୁଡାରେ ୧୩.୪ ଡିଗ୍ରୀ ତାପମାତ୍ରା ଦେଖାଯାଇଥିଲା । ରାଜ୍ୟର ୬ଟି ଅଞ୍ଚଳର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗବାଡି ୧୨.୫, ଝାରସୁଗୁଡା ୧୩.୪, ଅନୁଗୁଳ ୧୪ ଡିଗ୍ରୀ, କୋରାପୁଟ ୧୪ ଡିଗ୍ରୀ, ଫୁଲବାଣୀ ୧୪.୫ ,ସୁନ୍ଦରଗଡରେ ୧୫ ଡିଗ୍ରୀ ତାପମାତ୍ରା ରହିଥିଲା । ତେବେ ରାଜଧାନୀରେ ୧୭.୬ ଓ କଟକରେ ୧୫.୮ ଡିଗ୍ରୀ ତାପମାତ୍ରା ରହିଥିଲା ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ।