ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ଅନୁଷ୍ଠିତ ହୋଇଛି ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ । ଆସନ୍ତା ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ଆଜି ଏହି ସଭା ଆୟୋଜିତ ହୋଇଥିଲା । ତେବେ ଏହି ସଭାରେ ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେବା ସହିତ ଜାତୀୟ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ ନିର୍ବାଚନ ଜିତି କ୍ଷମତା ହାସଲ କରିବା ଜାତୀୟ ଦଳର ଲକ୍ଷ୍ୟ । ଆମ ଦଳର ଦିଲ୍ଲୀରେ କେହି ବସ୍ ନାହାନ୍ତି । ବିଜେପି ଶାସିତ ରାଜ୍ୟମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ରିମୋର୍ଟରେ ପରିଚାଳିତ । ଆମ ପାଇଁ ଯାହା ଗୁରୁତ୍ଵପୂର୍ଣ୍ଣ ତାହା ଜାତୀୟ ଦଳ ପାଇଁ ନୁହେଁ ।