ସନ୍ଷ୍ଟାର ଟିଭି ବ୍ୟୁରୋ
ଆଡିଲେଡ: ଆଡିଲେଡଠାରେ ଅନୁଷ୍ଠିତ ପିଙ୍କ ବଲ ଟେଷ୍ଟ ମ୍ୟାଚରେ ଭାରତୀୟ ବୋଲରଙ୍କ ଘାତକ ପ୍ରଦର୍ଶନ। ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ବିଦେଶୀ ପଡିଆରେ ବେଶ୍ ଭଲ ପ୍ରଦର୍ଶନ କରିଛି । ବୋଲରଙ୍କ ଦମଦାର ବୋଲିଂ ଆଗରେ ହାର ମାନିଛି କଙ୍ଗାରୁ ଟିମ । ପ୍ରଥମ ଡେ ନାଇଟ ଟେଷ୍ଟର ଦ୍ବିତୀୟ ଦିନରେ ହିଁ ଘରୋଇ ଅଷ୍ଟ୍ରେଲିଆ ଦଳ ଅଲଆଉଟ୍ ହୋଇ ଯାଇଛି । ଟିମ୍ ଇଣ୍ଡିଆର ବୋଲିଂରେ ଘାଇଲା ହୋଇ ୧୯୧ ରନରେ ଅଲଆଉଟ୍ ହୋଇଯାଇଛି ପେନ୍ଙ୍କ ଦଳ । ଯାହାଫଳରେ ଭାରତ ପ୍ରଥମ ଇନିଂସରେ ୫୩ ରନରେ ଆଗୁଆ ରହିଛି ।
ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଟିମ୍ ପେନ ସର୍ବାଧିକ ଅପରାଜିତ ୭୩ ରନ କରିଥିବା ବେଳେ ମାର୍ସନ ଲାବୁସାନେ ୪୭ ରନ କରି ଆଉଟ ହୋଇଯାଇଥିଲେ ।
ବିରାଟ ବାହିନୀ ପକ୍ଷରୁ ସ୍ପିନର ରବିଚନ୍ଦ୍ରନ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିଲା ବେଳେ ଉମେଶ ଯାଦବ ୩ଟି, ବୁମରା ୨ଟି ଓ୍ବିକେଟ୍ ନେଇଛନ୍ତି । ତେବେ ପ୍ରଥମ ଇନିଂସର ପ୍ରଥମ ଦିନରେ ଅଧିନାୟକ ବିରାଟ କୋହଲିଙ୍କ ୭୪ ରନ, ଚେତେଶ୍ଵର ପୂଜାରାଙ୍କ ୪୩ ଓ ଆଜିଙ୍କ୍ୟ ରାହାଣେଙ୍କ ୪୨ ରନ କରିଥିଲେ । ଭାରତ ପ୍ରଥମ ଇନିଂସରେ ୯୩.୧ ଓଭର ଖେଳି ୨୪୪ ରନ ସଂଗ୍ରହ କରିଥିଲା ।
Innings Break!
Umesh with the final wicket as Australia are all out for 191. #TeamIndia lead by 53 runs.
Scorecard – https://t.co/dBLRRBSJrx #AUSvIND pic.twitter.com/iFfkBnPJEI
— BCCI (@BCCI) December 18, 2020