ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗତ କାଲି ବିଳମ୍ଵିତ ରାତ୍ରୀରେ ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୧୧ଟା ୪୬ ମିନିଟ୍ରେ ଏହି ଦିଲ୍ଲୀ, ଏନସିଆର୍ ଓ ଆଖପାଖ ଅଞ୍ଚଳର ଜନତା ଭୂକମ୍ପର ଝଟକା ଅନୁଭବ କରିଥିଲେ ।
ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ଥିବା ସୂଚନା ମିଳିଛି । ଭୂମିକମ୍ପର ଉତ୍ପତ୍ତି ସ୍ଥଳ ହରିୟାଣାର ଗୁରୁଗ୍ରାମଠାରୁ ୪୮ କିଲୋମିଟର୍ ଦୂରରେ ଥିଲା। ଭୂକମ୍ପ ହେବା କ୍ଷଣି ଲୋକେ ନିଜ ଘରୁ ବାହାରି ଆସିଥିଲେ। ବେଶ କିଛି ସମୟ ପାଇଁ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଥଲେ। । ତେବେ ସୂଚନା ଅନୁସାରେ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ ।
Earthquake of Magnitude:4.2, Occurred on 17-12-2020, 23:46:46 IST, Lat: 28.19 & Long: 76.67, Depth: 25 Km ,Location: 46km SW of Gurugram, Haryana, India for more information https://t.co/iakqDjw12Y pic.twitter.com/EQXAubVoGO
— National Centre for Seismology (@NCS_Earthquake) December 17, 2020