ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଓଡ଼ିଶାର ପ୍ରଥମ ତଥା ସର୍ବ ପୁରାତନ ଉତ୍କଳ ବିଶ୍ଵବିଦ୍ୟାଳୟ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏମ୍ଫିଲ୍ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଏମ୍ଫିଲ୍ ପାଇଁ ଆୟୋଜିତ ହୋଇଥିବା ପ୍ରବେଶିକା ପରୀକ୍ଷା ଡିସେମ୍ବର ୨୯ରେ ହେବାକୁ ଥିବା ବେଳେ ୨୦ଡିସେମ୍ଵରରେ ପିଏଚ୍ଡି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ।
ଉତ୍କଳ ବିଶ୍ଵବିଦ୍ୟାଳୟରେ ମୋଟ ୩୬ଟି ବିଷୟ ପାଇଁ ୧୬୮ଟି ପଦ ବାହାରି ଥିବା ବେଳେ ଏମ୍ଫିଲ୍ ପାଇଁ ମୋଟ ୧୪୬ଟି ସିଟ୍ ବାହାରିଛି ।
ତେବେ ଅନ୍ଲାଇନ୍ରେ ଏହି ପାଠ୍ୟକ୍ରମର ଫର୍ମ ଦାଖଲ କରିବା ପାଇଁ ଆବେଦନ କରିବାର ଶେଷ ତାରିଖ ୨୪ ଡିସେମ୍ବର ୨୦୨୦ ରାତି ୧୧.୫୯ ଯାଏ ଧାର୍ଯ୍ୟ କରାଯାଇଛି ।
ଏହି ଆବେଦନ ଫର୍ମ୍ ପୂରଣରେ ପିଏଚ୍ଡି ପାଇଁ ୧୦୦୦ ଟଙ୍କା ଏବଂ ଏମ୍ଫିଲ୍ ପାଇଁ ୧୦୦ ଟଙ୍କା ଦେବାକୁ ପଡିବ । ଛାତ୍ରଛାତ୍ରୀମାନେ ୨୫ ଡିସେମ୍ବର ୨୦୨୦ ରୁ ୨୯ ଡିସେମ୍ଵର ୨୦୨୦ ଭିତରେ ନିଜର ଆଡ୍ମିଟ୍ କାର୍ଡ୍ ବାହାର କରି ପାରିବେ ।
ପ୍ରବେଶିକା ପରୀକ୍ଷା (entrance date) ତାରିଖ- ୨୯ ଡିସେମ୍ଵର (ଏମ୍ ଫିଲ୍) ଓ ୩୦ ଡିସେମ୍ଵର (ପିଏଚ୍ଡି)
ଆବେଦନକାରୀ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ତାରିଖ ଦିନ ନିଜର ସମସ୍ତ କ୍ୟାରିୟର ସାର୍ଟିଫିକେଟ୍ ଏବଂ ପ୍ରମାଣ ପତ୍ର ନିଜ ବିଭାଗରେ ଦାଖଲ କରିବେ । ଏହି ପ୍ରବେଶିକା ପରୀକ୍ଷା ପାଇଁ କେବେଳ ସେହିମାନେ ଦେଇପାରିବେ ଯେଉଁମାନେ NET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ।
ଉତ୍କଳ ବିଶ୍ଵବିଦ୍ୟାଳୟରେ ଆବେଦନ କରିବା ପାଇଁ ଛାତ୍ରଛାତ୍ରୀମାନେ ଏହାର ଅଫିସିଆଲ ସାଇଟ୍ utkaluniversity.nic.in କୁ ଯାଇ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ ।