ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ନୂତନ ଉତ୍କଳର ଅନ୍ୟତମ ପ୍ରତିଷ୍ଠାତା ତଥା ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ସ୍ଥଳଠାରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଦ୍ୱାରା ଶ୍ରଦ୍ଧାଞ୍ଜଳି ସଭା ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଅଦୈତ୍ୟ କୁମାର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଆଡ଼ଭୋକେଟ୍ ଅନନ୍ତ ପ୍ରସାଦ ଜେନା, ରାଜ୍ୟ ଉପସଭାପତି ଉଷାରାଣୀ ମହାନ୍ତି, ସମ୍ପାଦକ ନଗେନ କୁମାର ନାୟକ, ହରିଶ ଚନ୍ଦ୍ର ମୁର୍ମୁ, ପୂର୍ବତନ ବିଏମସି କର୍ପୋରେଟର ଗୋପାଳ ଚନ୍ଦ୍ର ବେସ୍ରା, ଅବସରପ୍ରାପ୍ତ ଆକାଉଣ୍ଟାଟ୍ ଓ ସମାଜସେବୀ, ରାଜ୍ୟ ସମାଜସେବୀ ମହାସଂଘ ମୁଖପାତ୍ର ଓ ଯୁବ ସଙ୍ଗଠକ ଶ୍ରୀମାନ୍ ପ୍ରସନ୍ନ କୁମାର ପାଣି, ଲଗ୍ନାଦିପା ମିଶ୍ର ପ୍ରମୁଖ ସେଠାରେ ଉପସ୍ଥିତ ରହି ଶ୍ରଦ୍ଧାଞଳୀ ଜ୍ଞାପନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିବା ଅତିଥିଙ୍କୁ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ବେଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଆ ଭାଷା ଆନ୍ଦୋଳନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ରାଜ୍ୟର ପ୍ରଗତିକୁ ନୂଆ ଦିଗ ଦେବା ସହ ଓଡ଼ିଆ ଭାଷା, ସାହିତ୍ୟ, ସ୍ୱାସ୍ଥ୍ୟ, ପ୍ରଶାସନିକ ସେବା ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ଚିରସ୍ମରଣୀୟ।
ଓଡ଼ିଆ ଭାଷା ଆନ୍ଦୋଳନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ରାଜ୍ୟର ପ୍ରଗତିକୁ ନୂଆ ଦିଗ ଦେବା ସହ ଓଡ଼ିଆ ଭାଷା, ସାହିତ୍ୟ, ସ୍ୱାସ୍ଥ୍ୟ, ପ୍ରଶାସନିକ ସେବା ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ଚିରସ୍ମରଣୀୟ। pic.twitter.com/YeXljfYy0l
— Naveen Patnaik (@Naveen_Odisha) December 17, 2020