ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ଆୟୋଜିତ ହୋଇଛି ଶିଖର ସମ୍ମିଳନୀ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଡିଜିଟାଲ ମାଧ୍ୟମରେ ଏହି ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଭାରତରୁ ପ୍ରତିନିଧିତ୍ଵ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବଙ୍ଗଳାଦେଶରୁ ପ୍ରଧାନମନ୍ତ୍ରୀ ଶେଖ ହସିନା । ଏହି ଶିଖର ସମ୍ମିଳନୀରେ ଦୁଇ ଦେଶର ଦ୍ଵିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ।
ମୋଦୀ ଓ ହସିନା ଚିଲ୍ହାଟି ରୁ ହଲ୍ଦିଘାଟ ଯାଏ, ଭାରତ- ବଙ୍ଗଳାଦେଶ ରେଳ ସଂଯୋଗକୁ ଉଦ୍ଘାଟନ କରିଥିଲେ । ଏହି ରେଳ ସଂଯୋଗ ୧୯୬୫ରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ହୋଇଥିବା ଯୁଦ୍ଧ ପାଇଁ ବନ୍ଦ କରିଦିଆଯାଇଥିଲା ।
କରୋନା ମହାମାରୀ ସମୟରେ ଭାରତକୁ ବଙ୍ଗଳାଦେଶ ଏକ ପଡୋଶୀ ରାଷ୍ଟ୍ର ହିସାବରେ ଖୁବ ସହଯୋଗ କରିଥିଲା ବୋଲି କହିଥିଲେ ଭାରତର ପ୍ରଧାନମନ୍ତ୍ରୀ ।