ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିବାହର ପ୍ରତିଶ୍ରୁତି ଦେଇ ଅନେକ ଥର ଶାରୀରିକ ସଂପର୍କ ସ୍ଥାପନ କଲେ ତାହା ବଳତ୍କାର ନୁହେଁ ବୋଲି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ ବିବାହର ସଂଜ୍ଞା ଦେଇ ଏକ ବଳାତ୍କାର ମାମଲାକୁ ନଜରରେ ରଖି ଏପରି ମତ ଦେଇଛନ୍ତି । କୋର୍ଟ କହିଛନ୍ତି କି ବିବାହାର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବାକୁ ବଳତ୍କାର ଶ୍ରେଣୀଭୂକ୍ତ କରାଯାଇ ପାରିବ ନାହିଁ । କାରଣ ଏହା ଦୀର୍ଘଦିନ ଧରି ମହିଳାମାନଙ୍କ ସହମତିରେ ହୋଇଥାଏ । ତେଣୁ ଏହା କେବେବି ବଳତ୍କାର ନୁହେଁ ।
ଦିଲ୍ଲୀ ହାଇକୋର୍ଟର ବିଚାରପତି ବିଭୁ ବାଖରୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି । ସେ ଦେଇଥିବା ରାୟରେ କହିଛନ୍ତି କି ବିବାହ ପ୍ରତିଶ୍ରୁତି ଦ୍ୱାରା ପରସ୍ପର ସହମତିରେ ସ୍ଥାପନ କରାଯାଉଥିବା ଶାରୀରିକ ସଂପର୍କକୁ ଅନୈତିକ କୁହାଯାଇପାରିବ ନାହିଁ । ଭାରତୀୟ ପିଙ୍ଗଳ କୋଡର ଧାରା ୩୭୫ ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଶାରୀରିକ ସଂପର୍କ ସ୍ଥାପନ କରିବାରେ ଉଭୟ ମହିଳା ଓ ପୁରୁଷଙ୍କର ସହମତି ରହିଥାଏ । ତେଣୁ ଏହାକୁ ବଳତ୍କାର କୁହାଯାଇ ପାରିବ ନାହିଁ ।