ସନ୍ଷ୍ଟାର ଟିଭି ବ୍ୟୁରୋ
ଆଡିଲେଡ୍: ଅଷ୍ଟ୍ରେଲିଆ ଆଡିଲେଡ୍ ଓଭାଲଠାରେ ଚାଲିଥିବା ଭାରତ –ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି । ତେବେ ଖେଳ ଶେଷସୁଦ୍ଧା ଭାରତ ୬ ଓ୍ବିକେଟ ହରାଇ ୨୩୩ ରନ ସଂଗ୍ରହ କରିଛି ।
ଟସ୍ ଜିତିବା ପରେ ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ । ତେବେ ମ୍ୟାଚର ପ୍ରଥମ ଓଭରରେ ହିଁ ପୃଥ୍ବୀ ଶ’ଙ୍କ ଓ୍ବିକେଟର ପତନ ଘଟିଥିଲା । ଶ’ ଖାତା ଖୋଲିବା ପୂର୍ବରୁ ହିଁ ମିଚେଲ ଷ୍ଟାର୍କଙ୍କ ବଲ୍ରେ ଆଉଟ ହୋଇଥିଲେ । ଅନ୍ୟତମ ଓପନର ମୟଙ୍କ ଅଗ୍ରଓ୍ଵାଲ ମଧ୍ୟ ମାତ୍ର ୧୭ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ବିରାଟ କୋହଲି ଓ ଚେତେଶ୍ବର ପୂଜାରା ସତର୍କତାର ସହ ବ୍ୟାଟିଂ କରିଥିଲେ । ବିରାଟ ୭୪ ରନ କରିଥିବାବେଳେ ପୂଜାରା ୪୩ ରନ କରିଥିଲେ । ପୂଜାରା ଆଉଟ ହେବାପରେ ଆସିଥିବା ଅଜିଙ୍କ୍ୟ ରାହାଣେ ୪୨ ରନର କରିଥିଲେ । ମାତ୍ର ହନୁମା ବିହାରି ୧୬ ରନ କରି ଆଉଟ ହୋଇଥିଲେ । ଆଜି ଖେଳ ଶେଷ ବେଳକୁ ରିଦ୍ଧିମାନ ଶାହା ଓ ରବିଚନ୍ଦ୍ରନ ଅଶ୍ବୀନ ଯଥାକ୍ରମେ ୯ ଓ ୧୫ ରନ କରି ଅପରାଜିତ ଅଛନ୍ତି ।
ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୨ଟି, ହେଜେଲଉଡ, ପାଟ୍ କୁମ୍ମିନ୍ସ ଓ ନାଥନ ଲିଓନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।