ସନ୍ଷ୍ଟାର ଟିଭି ବ୍ୟୁରୋ
ଆଡିଲେଡ୍: ଆରମ୍ଭ ହୋଇଯାଇଛି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଡେ’ ନାଇଟ ଟେଷ୍ଟ ମ୍ୟାଚ । ଗୁରୁବାର ସକାଳ ୯.୦୨ରେ (ଭାରତୀୟ ସମୟ) ଟସ ପାଇଁ ପଡିଆରେ ପାଦ ରଖିଥିଲେ ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ର ଅଧିନାୟକ ଟିମ୍ ପାଇନ୍ । ତେବେ ବିରାଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ । ଭାରତୀୟ ଦଳରୁ ମ୍ୟାଚ ଆରମ୍ଭ କରିବାକୁ ପ୍ରଥମେ ପୃଥ୍ଵୀ ଶ’ ଓ ମୟଙ୍କ ଅଗ୍ରଓ୍ଵାଲ ପ୍ରଥମେ ପଡିଆକୁ ଓହ୍ଲାଇଥିଲେ ଓ ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂ କରିଥିଲେ ମିଚେଲ ଷ୍ଟାର୍କ । ତେବେ ଷ୍ଟାର୍କଙ୍କ ଦମଦାର ବୋଲିଂରେ ପ୍ରଥମ ଓଭରରେ ହିଁ ବିନା କୌଣସି ରନରେ ପୃଥ୍ଵୀ ଶ’ ଙ୍କ ଓ୍ଵିକେଟର ପତନ ଘଟିଥିଲା ।
ଭାରତୀୟ ଦଳ: ମୟଙ୍କ ଅଗ୍ରୱାଲ, ପୃଥ୍ଵୀ ଶ’, ଚେତେଶ୍ୱର ପୂଜାରା, ବିରାଟ କୋହଲି(କ୍ୟାପ୍ଟେନ), ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା(ଓ୍ଵିକେଟ କିପର), ରବିଚନ୍ଦ୍ରନ୍ ଅଶ୍ୱିନ, ଉମେଶ ଯାଦବ, ମୋହମ୍ମଦ ସାମି, ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ ଦଳ: ଜୋ ବନ୍ସ, ମାଥ୍ୟୁ ୱାଡେ, ମାର୍ନସ ଲାବୁଚେଞ୍, ଷ୍ଟିଭ୍ ସ୍ମିଥ୍, ମାକ୍ୟୁସ୍ ହାରିସ, ଟ୍ରାଭିସ୍ ହେଡ, କାମେରୋନ ଗ୍ରୀନ, ଟିମ୍ ପାଇନ (କ୍ୟାପ୍ଟେନ ଓ ଓ୍ଵିକେଟ କିପର) , ପାଟ୍ କୁମିନ୍ସ୍, ମିଚେଲ ଷ୍ଟାର୍କ, ନାଥନ ଲିଓନ, ଜୋସ୍ ହାଜେଲଉଡ୍,