ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଚଳିତ ବର୍ଷ ଭାରତରେ ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଅଗଷ୍ଟ ମାସରେ ସୁନାର ଦର ୧୦ ଗ୍ରାମ ପିଛା ୫୭ ହଜାର ଟଙ୍କାରୁ ଅଧିକ ରହିଥିବା ବେଳେ ରୁପା ମୂଲ୍ୟ ୭୭ ହଜାର ଟଙ୍କାରେ ପହଞ୍ଚିଯାଇଥିଲା। ତେବେ ବର୍ଷ ଶେଷ ଆଡ଼କୁ ସୁନା ଦାମ୍ ହ୍ରାସ ପାଇଥିଲା । ଡିସେମ୍ବର ବେଳକୁ ସୁନାର ୧୦ ଗ୍ରାମ ପିଛା ଦାମ ୪୮ ହଜାର ଟଙ୍କା ପାଖାପାଖି ରହିଛି।
ତେବେ ଆନ୍ତର୍ଜାତିକ ସ୍ତରରେ ପରିବହନ ସ୍ବାଭାବିକ ନହେବା ଏବଂ ଟିକା ନଆସିବା ପର୍ଯ୍ୟନ୍ତ ସୁନା ଦାମ ସ୍ବାଭାବିକ ସ୍ତରକୁ ହ୍ରାସ ପାଇବାର ବହୁତ କମ୍ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅଶୋଧିତ ତେଲ ଦାମ୍ ଆମେରିକାରେ ବିଯୁକ୍ତ ସ୍ତରକୁ ଖସିଥିଲା। ଭାରତ କିଣୁଥିବା ତେଲର ଦାମ୍ ବ୍ୟାରେଲ ପିଛା ୨୦ ଡଲାର ସ୍ତରକୁ ହ୍ରାସ ପାଇଥିଲା। କିନ୍ତୁ ସାଧାରଣ ଜନତା କିଣୁଥିବା ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ କମିବା ବଦଳରେ ବଢୁଛି । ଫଳରେ ଗ୍ରାହକମାନେ ଦର ହ୍ରାସର ଯେଉଁ ଲାଭ ପାଇବା କଥା ତାହା ପାଇନଥିଲେ। ଲକ୍ଡାଉନ୍ ସମୟରେ କିନ୍ତୁ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା। ସୁଧାର ହେବାକୁ ଅନେକ ସମୟ ଲାଗିଥିଲା। ତେବେ ବର୍ଷର ଶେଷ ଅର୍ଥାତ ନଭେମ୍ଵର- ଡିସେମ୍ବର ମାସରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ରେ ପୁଣି ଲଗାତାର ଭାବରେ ବୃଦ୍ଧି ହୋଇ ଚାଲିଛି ।