ସନ୍ଷ୍ଟାର ଟିଭି ବ୍ୟୁରୋ
ବଲିଉଡ ଅଭିନେତାରୁ ବିଜେପି ସାଂସଦ ହୋଇଥିବା ସନ୍ନି ଦେଓଲଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଓ୍ବାଇ(Y) କାଟଗୋରୀ ସୁରକ୍ଷା ବ୍ୟବସ୍ଥା ଯୋଗଇ ଦେଇଛନ୍ତି। ଏବେ ତାଙ୍କ ସହିତ କେନ୍ଦ୍ରୀୟ ସୁରକ୍ଷାବଳର ଏକ ଟିମ୍ ସବୁବେଳେ ତାଙ୍କ ସହିତ ରହିବେ। ସନ୍ନି ଦେଓଲଙ୍କ ଏହି ସୁରକ୍ଷା ତାଙ୍କର ଜୀବନ ପ୍ରତି ବିପଦ ଥିବାର ସୂଚନା ପାଇବା ପରେ ନିଆଯାଇଛି। ଓ୍ବାଇ କାଟାଗୋରୀ ସୁରକ୍ଷା ଅନୁସାରେ, ତାଙ୍କ ସହିତ ୧୧ ଯବାନ ଓ ୨ ଜଣ ପିଏସଓ ରହିବେ। ସନ୍ନି ଦେଓଲଙ୍କ ସୁରକ୍ଷା ଏଭଳି ସମୟରେ ବଢାଇ ଦିଆଯାଇଛି, ଯେତେବେଳେ ପଞ୍ଜାବରେ କୃଷି ଆଇନକୁ ପ୍ରବଳ ବିରୋଧ ହେଉଛି। କୃଷକ ସଂଗଠନ ମଧ୍ୟ ବିଜେପିର ନେତା-ମନ୍ତ୍ରୀଙ୍କୁ ଘେରାଉ କରିବା କଥା କହିଛି। ସନ୍ନି ଦେଓଲଙ୍କ ଜନ୍ମସ୍ଥାନ ପଞ୍ଜାବ, ଏଭଳି ସ୍ଥିତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୃଷି ଆଇନ ପ୍ରସଙ୍ଗରେ ସେ ଚୁପ୍ ରହିଥିବାରୁ ତାଙ୍କ ଉପରେ ପ୍ରଶ୍ନ ଉଠିଛି।