ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନରେଗା ରୋଜଗାର ଯୋଜନା ଓ ସହରାଞ୍ଚଳ ରୋଜଗାର ଯୋଜନାର କାର୍ଯ୍ୟକାରୀତା ତଦନ୍ତ କରିବା ପାଇଁ କୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫେରସିଙ୍ଗ ସାହାଯ୍ୟରେ ଆଲୋଚନା କରିଛନ୍ତି । ଆର୍ଥିକ କ୍ଷେତ୍ରରେ ଅନଗ୍ରସର ତଥା ଦୁର୍ବଳ ଶ୍ରେଣୀର ସାଧାରଣ ଜନତାଙ୍କୁ ରୋଜଗାର ଯୋଗାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଯଦି ଏହି କାର୍ଯ୍ୟରେ କିଛି ବିଳମ୍ବ ବା ଅବହେଳା ଦେଖାଯାଏ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୦ ଅର୍ଥନୈତିକ ବର୍ଷ ଶେଷ ସୁଦ୍ଧା ଏହି ଯୋଜନା ବଳରେ ଓଡିଶାରେ ୨୦ କୋଟି ଜନତାଙ୍କୁ ରୋଜଗାରକ୍ଷମ କରାଯିବ ବୋଲି ଲକ୍ଷ୍ୟ ରଖିଛନ୍ତି ଓଡିଶା ସରକାର ।
କାର୍ଯ୍ୟ କରୁଥିବା ହିତାଧିକାରୀମାନେ ଯେପରି ଠିକ ସମୟରେ ମଜୁରୀ ପାଇବେ ସେଥିପ୍ରତି ଜିଲ୍ଲାପାଳ ଧ୍ୟାନ ଦେବା ସହ ମୋ ସରକାର ଯୋଜନାରେ ସେମାନେ ମନରେଗା ଲକ୍ଷ୍ୟ ପୂରଣରେ ଯାଜପୁର, କୋରାପୁଟ ଓ ସୋନପୁର ଜିଲ୍ଲା ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଯେଉଁ ଜିଲ୍ଲାରୁ ଲୋକ ଦାଦନ ଯାଉଛନ୍ତି ସେ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ୍ କରାଯିବ । ଏ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନର କାମ ଓ ଅତିରିକ୍ତ ମଜୁରି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ।
ମାର୍ଚ୍ଚ ମାସ ଶେଷ ସୁଦ୍ଧା ୧୦୦୦ ମିଶନ ଶକ୍ତି ଗୃହ ନିର୍ମାଣ ଓ ଜାନୁଆରୀ ମାସ ସୁଦ୍ଧା ଗୋଟିଏ ଲେଖାଏ ପରିଚୟ ଗୃହ ନିର୍ମାଣ କାର୍ଯ୍ୟଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳ ରୋଜଗାର ଯୋଜନାରେ ଗରିବ ଲୋକମାନଙ୍କୁ ଗୋଷ୍ଠୀ ସଂଘ ଓ ମିଶନ ଶକ୍ତି ଜରିଆରେ କାମ ଯୋଗାଇ ଦିଆଯାଉଛି । ଏ ଦିଗରେ ଢେଙ୍କାନାଳ, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲା ଭଲ କାମ କରିଥିବାରୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଏ ଯୋଜନାର ଅର୍ଥକୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ବିନିଯୋଗ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।