ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ: ନୟାଗଡର କୁନି ଝିଅ ପରୀ ହତ୍ୟାକାଣ୍ଡର ରୋଚକ ତଥ୍ୟ ସାମ୍ନାକୁ ଆସିଛି । । ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ପକ୍ଷରୁ ବୁଧବାର ହାଇକୋର୍ଟରେ ତଦନ୍ତର ଯେଉଁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି ସେଥିରେ ପରୀକୁ ଯୌନ ନିର୍ଯାତନା ଦିଆଯିବା ସହ ଦୁଷ୍କର୍ମ ପରେ ଅତ୍ୟନ୍ତ ନିଷ୍ଠୁର ଭାବବେ ହତ୍ୟା କରାଯାଇଥିବା କଥା ଉଲ୍ଲେଖ ରହିଛି ବୋଲି ସୂଚନା ମିଳିଛି ।
ଏସ୍ଆଇଟି ପକ୍ଷରୁ ଦିଆଯାଇଥିବା ଷ୍ଟାଟସ୍ ରିପୋର୍ଟ ଅନୁସାରେ, ପରୀର ମୃତ ଦେହ ଉଲଗ୍ନ ଅବସ୍ଥାରେ ମିଳିଥିଲା । ହତ୍ୟା ପୂର୍ବରୁ ପରୀ ଉଲଗ୍ନ ଥିଲା। କେବଳ ସେତିକି ନୁହେଁ, ଫୋରେନ୍ସିକ୍ ପରୀକ୍ଷଣ ସମୟରେ ପରୀର ଫ୍ରକ୍ରେ ସିମେନ୍ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହି ସବୁ ପ୍ରମାଣ ହାତକୁ ଆସିବା ପରେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଏସ୍ଆଇଟି ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।
ତେବେ ପରୀର ହତ୍ୟାକାରୀ ସେଇ ଗାଁର ବୋଲି କହିଛନ୍ତି ଏସ୍ଆଇଟି । ଯଦୁପୁର ଗାଁର ଜଣେ ବ୍ୟକ୍ତି ଏପରି ବର୍ବର କାଣ୍ଡ ଘଟାଇଛି ବୋଲି ଏସଆଇଟି ଜଣାଇଛି । ତେବେ ଅଭିଯୁକ୍ତ କିଏ, ତାହା ଖୁବ୍ ଶୀଘ୍ର ଘୋଷଣା କରିବ ତଦନ୍ତକାରୀ ଦଳ।ପରୀର ଫ୍ରକରେ ରକ୍ତ ନମୁନା ମଧ୍ୟ ଦେଖାଯାଇଥିଲା । ଯାହାକୁ ସେହି ଗାଁର ୧୫ ରୁ ୩୫ ବର୍ଷର ବ୍ୟକ୍ତିମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ତେବେ ଏହି ରିପୋର୍ଟରେ ସନ୍ତୁଷ୍ଟ ନାହାନ୍ତି ପରୀର ପିତାମାତା । ସେମାନେ ସିବିଆଇ ତଦନ୍ତର ଦାବି କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା। ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ୧୦ ଦିନ ଦିନ ପରେ ଅର୍ଥାତ ୨୩ ତାରିଖରେ ପରୀର ମୃତଦେହ ତାଙ୍କ ଘର ପଛପଟୁ ଉଦ୍ଧାର ହୋଇଥିଲା। ଦୀର୍ଘ ୪ ମାସ ଧରି ପୁଲିସ ଅନୁସନ୍ଧାନ କରୁଥିବା କହୁଥିଲେ ମଧ୍ୟ ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଫେଲ୍ ମାରିଥିଲା। ଅଭିଯୁକ୍ତ ବିଜେଡି ଦଳର ହୋଇଥିବାରୁ ଓ ସେମାନଙ୍କୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୁରକ୍ଷା ଦେଉଥିବା ଅଭିଯୋଗ ଆସିଥିଲା। ଏଭଳି ସ୍ଥିତିରେ ପରୀ ବାପା, ମା’ ଗତ ୨୪ ତାରିଖରେ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ, ପରେ ଏସଆଇଟି ଗଠନ କରି ତଦନ୍ତ କରିଥିଲେ ।