ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇଲେ ଦୁଇ ଏଏନ୍ଏମ୍ କର୍ମଚାରୀ । ସ୍ଥାୟୀ ନିଯୁକ୍ତି ଦାବୀରେ ଦୀର୍ଘ ୧୮ ଦିନ ହେଲା ଧାରଣାରେ ବସିଥିଲେ ଶହ ଶହ ଏଏନ୍ଏମ୍ କର୍ମଚାରୀ । ଭୁବନଶ୍ଵରର ଲୋୟର ପିଏମ୍ଜି ଛକରେ ସ୍ଥାୟୀ ନିଯୁକ୍ତି ଦାବୀରେ ଧାରଣାରେ ବସିଥିଲେ ମଧ୍ୟ ସରକାର ସେମାନଙ୍କ କଥା କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ସେମାନେ । ତେବେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ନ ଦିଆଗଲେ ସମୂହ ଆତ୍ମାହୃତି କରିବେ ବୋଲି କହିଛନ୍ତି ଧାରଣାକାରୀ । ସେମାନଙ୍କ ମତରେ କରୋନା ସମୟରେ ସେମାନଙ୍କୁ ଦିଆଯାଇଥିବା ଅସ୍ଥାୟୀ ନିଯୁକ୍ତିରେ ଏହା ଲେଖା ଯାଇଥିଲା ଯେ ଯେ ପ୍ରର୍ଯ୍ୟନ୍ତ ରାଜ୍ୟରେ କରୋନାର ପ୍ରଭାବ ନ କମିଛି ୟେ ଯାଏଁ ସେମାନେ ଚାକିରୀରେ ରହିବେ । କିନ୍ତୁ ଏବେ ସେମାନଙ୍କୁ ଚାକିରୀରୁ ଛଟେଇ କରିଦିଆଯାଉଛି । ଏହାର କାରଣ କଣ ବୋଲି ସରକାରକୁ ପ୍ରଶ୍ନ କରିଛନ୍ତି ଏଏନ୍ଏମ୍ କର୍ମଚାରୀ ।