ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଓଡିଶାର ରାଉରକେଲାର ଶ୍ରୀ ରାଧା ଶ୍ୟାମ ରଥ କେନ୍ଦ୍ର ସରକାର ଆରବିଆଇ ବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଏକ୍ଜ୍ୟୁକେଟିଭ୍ ଡାଇରେକ୍ଟର ଭାବେ ନିଯୁକ୍ତ ଦେଇଛନ୍ତି । ଶ୍ରୀ ରଥ ଆରବିଆଇର ଫାଇନାନସିଲ ମାର୍କେଟ ଅପରେସନ ଡିପାର୍ଟମେଣ୍ଟ, ଡିପାର୍ଟମେଣ୍ଟ ଅଫ ଏକ୍ସଟରନାଲ ଇନଭେଷ୍ଟମେଣ୍ଟ ଆଣ୍ଡ ଅପରେସନ, ଲିଗାଲ ଡିପାର୍ଟମେଣ୍ଟ ଆଣ୍ଡ ସେକ୍ରେଟାରୀ ଡିପାର୍ଟମେଣ୍ଟର ଦାୟିତ୍ୱ ତୁଲାଇବେ । ଏକଜୁକୁଟିଭ ଡ଼ାଇରେକ୍ଟର ଭାବେ ପଦୋନ୍ନତି ପାଇବା ପୂର୍ବରୁ ଶ୍ରୀ ରଥ ଆରବିଆଇର ଫାଇନାନସିଆଲ ମାର୍କେଟ ଅପରେସନ ଡିପାର୍ଟମେଣ୍ଟର ଚିଫ ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ ।
ତେବେ ୨୦୧୮ରେ ଓଡିଆ ପୁଅ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଁ ଓଡିଶା ପାଇଁ ଗୌରବ ଆଣିପାରିଥିଲେ ।