ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଠିରେ ରଖାଯାଇ ଶୀତ ଅଧିବେଶନ ସ୍ଥଗିତ ରଖାଯାଇଛି । ଜାନୁଆରୀରେ ସିଧାସଳଖ ବଜେଟ ଅଧିବେଶନରୁ ବୈଠକ ଆରମ୍ଭ ହେବ । ତେବେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ପ୍ରହଲ୍ଲାଦ ଯୋଶୀ ଲୋକସଭାର କଗ୍ରେଂସ ନେତା ଅଧିର ରଞନ ଚୋଧୁରୀଙ୍କୁ ପତ୍ର ଲେଖି ଏ ବିଷୟରେ ଅବଗତ କରାଇଛନ୍ତି । ଏସବୁ ସବୁ ଦଳର ନେତାମାନଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତି ଗ୍ରହଣ କରାଯାଇଛି ବୋଲି କହିଛନ୍ତି ପ୍ରହଲ୍ଲାଦ ଯୋଶୀ ।