ସନ୍ଷ୍ଟାର ଟିଭି ବ୍ୟୁରୋ
ଇଣ୍ଟରନ୍ୟାସନାଲ କ୍ରିକେଟ କାଉଂସିଲ ଆଜି ୨୦୨୨ ରେ ହେବାକୁ ଥିବା ମହିଳା ବିଶ୍ଵକପ୍ର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ତେବେ ଏହି ମ୍ୟାଚ ୨୦୨୧ରେ ହେବାକୁ ଥିଲା ମାତ୍ର କରୋନା ମହାମାରୀ ପାଇଁ ଏହାକୁ ୧ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି ।
୨୦୨୨ ମାର୍ଚ୍ଚ ୪ରୁ ଏପ୍ରିଲ ୩ ଯାଏଁ ଖେଳାଯିବାକୁ ଥିବା ଏହି ବିଶ୍ୱକପ ମ୍ୟାଚ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ । ନ୍ୟୁଜିଲାଣ୍ଡର ୬ଟି ସହରରେ ଯଥା ଅକଲାଣ୍ଡ, ଟୋରଙ୍ଗା, ହେମିଲଟନ, ୱିଲିଙ୍ଗଟନ, କ୍ରାଇଷ୍ଟଚର୍ଚ୍ଚ ଓ ଡୁନେଡିନ ଷ୍ଟାଡିୟମରେ ସବୁ ମ୍ୟାଚ ଅନୁଷ୍ଠିତ ହେବ । ନ୍ୟୁଜିଲାଣ୍ଡ ସହ ୱାଲିଫାୟାର ଦଳର ଉଦଘାଟନୀ ମ୍ୟାଚ ମାର୍ଚ୍ଚ ୪ ତାରିଖରେ ଟୋରଙ୍ଗାରେ ଅନୁଷ୍ଠିତ ହେବ ।
The 12th edition of the ICC Women’s @cricketworldcup will take place in New Zealand from 4 March to 3 April in 2022 🎉
Who will lift the trophy this time? 🏆 #WWC22 pic.twitter.com/1YWUjgpLjb
— ICC (@ICC) December 15, 2020
ଭାରତୀୟ ମହିଳା କ୍ରିକେଟ ଟିମ ମାର୍ଚ୍ଚ ୬ ତାରିଖରେ ଟୋରେଙ୍ଗା ଠାରେ ୱାଲିଫାୟାର ଦଳ ସହ ମ୍ୟାଚ ଖେଳି ନିଜ ଅଭିଯାନ ଆରମ୍ଭ କରିବ । ମାର୍ଚ୍ଚ ୧୦ ତାରିଖରେ ହାଲିମଟନଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ମୈଦାନକୁ ଓହ୍ଲାଇବ । ପୁଣି ମାର୍ଚ୍ଚ ୧୨ରେ ଏକ କ୍ୱାଲିଫାୟାର ମ୍ୟାଚ ଖେଳିବ ଭାରତ ।୧୬ ମାର୍ଚ୍ଚକୁ ଭାରତୀୟ ମହିଳା ଦଳର ସାମ୍ନା ଇଂଲଣ୍ଡ ସହ ହେବ । ଗତ ବିଶ୍ୱକପରେ ଭାରତ-ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ବାଜି ମାରିନେଇଥିଲା ଇଂଲଣ୍ଡ । ଭାରତୀୟ ଟିମର ବାକି ମ୍ୟାଚ ୧୯ ମାର୍ଚ୍ଚରେ ଅଷ୍ଟ୍ରେଲିଆ, ୨୨ ମାର୍ଚ୍ଚରେ କ୍ୱାଲିଫାୟାର ଓ ୨୭ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଛି ।
ଏହି ମ୍ୟାଚ ୧୧ତମ ସଂସ୍କରଣ ଅଟେ । ୧୯୭୩ ରେ ପ୍ରଥମ ଥର ଇଂଲଣ୍ଡ ନିଜର ଘରୋଇ ପଡିଆ ମେଜବାନୀଠାରେ ଟୁର୍ଣ୍ଣାମେଣ୍ଟ ଜିତିଥିଲେ ।