ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ: ଗତ ଶୁକ୍ରବାରଠାରୁ ନିଖୋଜ ଥିବା ୩ ବର୍ଷର ଝିଅ ଶ୍ଵାତୀର ମିଳିଛି ମୃତଦେହ । ନୟାଗଡର ରାଜସୁନାଖଳା ଥାନା ବଧିପାଟଣା ଗାଁର ନିକଟ ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ସଂଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ନିଜ ଘର ବାରି ପଛପଟେ ଖେଳୁଥିବା ସମୟରେ ହଠାତ ନିଖୋଜ ହୋଇଯାଇଥିଲା । ବହୁତ ଖୋଜାଖୋଜି ପରେ ନ ମିଳିବାରୁ ପୋଲିସରେ ଖବର ଦେଇଥିଲେ ସଂଜୟ ।ତେବେ ଖୋଦ ଏସପି ଏହାର ତଦାରଖ କରୁଥିଲେ । ଘରକୁ ଘର ବୁଲି ସ୍ୱାତୀ ବାବଦରେ ତଥ୍ୟ ସଂଗ୍ରହ ଚାଲିଥିଲା । ଅପହରଣ ଅଭିଯୋଗ ଆଧାରରେ ଆଉଏକ ଟିମ୍ ମଧ୍ୟ ଭିନ୍ନଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଆଜି ଓଡାର୍ଫ ଟିମ ପୋଖରୀ ମଧ୍ୟରୁ ମିଳିଛି ସ୍ଵାତୀର ମୃତ୍ୟ ଦେହକୁ ଉଦ୍ଧାର କରିଥିଲେ । ତେବେ ସ୍ଵାତୀର ମୃତ୍ୟର କାରଣ ଏବେ ମଧ୍ୟ ସନ୍ଦେହଘେରରେ ରହିଛି ।