ସନ୍ଷ୍ଟାର ଟିଭି ବ୍ୟୁରୋ
ଅତ୍ୟଧିକ ବ୍ୟୟବହୁଳ ହୋଇଥିବାରୁ ଭାରତରେ ଟିକାକରଣ ଅଭିଯାନ ଲାଗି କେନ୍ଦ୍ର ସରକାର କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୫% ଫଳପ୍ରଦ ବୋଲି କୁହାଯାଉଥିବା ‘ଫାଇଜର୍-ବାୟୋଏନ୍ଟେକ୍’ ନିର୍ମିତ କରୋନାଭାଇରସ୍ ଟିକା କିଣି ନ ପାରନ୍ତି। କୋଭିଡ୍-୧୯ ପ୍ରତିରୋଧ ସକାଶେ ଦେଶରେ ଅନ୍ୟାନ୍ୟ ବିକଳ୍ପ ଟିକା ଉପଲବ୍ଧ ହେବାକୁ ଯାଉଥିବାରୁ ସରକାର ‘ଫାଇଜର୍’ ନିର୍ମିତ ଟିକା ପ୍ରତି ଆଗ୍ରହ ପ୍ରକାଶ ନ କରି ପାରନ୍ତି ବୋଲି ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।