ସନ୍ଷ୍ଟାର ଟିଭି ବ୍ୟୁରୋ
ମଧ୍ୟପ୍ରେଦେଶ ଉପନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ ପରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଦେଇଛନ୍ତି ବଡ଼ ବୟାନ। ଯାହାକୁ ନେଇ ରାଜନୈତିକ ମହଲରେ ହେଉଛି ଜୋରଦାର ଚର୍ଚ୍ଚ। ରବିବାର ଦିନ ଛିନ୍ଦଓ୍ବାଡ଼ାରେ କଂଗ୍ରେସ ସମର୍ଥକଙ୍କୁ ସମ୍ବୋନ୍ଧିତ କରିଥିଲେ କମଳନାଥ। ସେ ହୋଇଥିବା ବୈଠକରେ ରାଜନୀତି ଛାଡ଼ିବା ପାଇଁ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ବିଶ୍ରାମ ନେବାକୁ ଚାହୁଁଛି। କଂଗ୍ରେସରେ ଲଗାତାର କମଳନାଥଙ୍କ ବିପକ୍ଷରେ ସ୍ବର ଉଠୁଥିବା ବେଳେ ରବିବାର ସେ ଦେଇଥିବା ମନ୍ତବ୍ୟକୁ ନେଇ ପାଓ୍ବାର କରିଡରରେ ଜୋର ଦାର ଚର୍ଚ୍ଚା ହେଉଛି। ତେବେ କମଳନାଥ ପଦ ଛାଡ଼ିବା କଥା କହୁଛନ୍ତି ନା ରାଜନୀତିରୁ ସନ୍ୟାସ ନେବା ପାଇଁ ସଙ୍କେତ ଦେଉଛନ୍ତି ସେ ନେଇ ଜୋର ଦାର ଚର୍ଚ୍ଚା ହେଉଛି।