ସନ୍ଷ୍ଟାର ଟିଭି ବ୍ୟୁରୋ
ଡିସେମ୍ବର ୧୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟ୍ରଫି। ଟିମ୍ ଇଣ୍ଡିଆର ଅଧିନାୟକ ପିଙ୍କ ବଲ ଟେଷ୍ଟ ମ୍ୟାଚ୍ ଖେଳି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ଫଳରେ ଦଳର ଉପ-ଅଧିନାୟକ ଥିବା ଆଜିଙ୍କ୍ୟ ରାହାଣେ ବାକି ୩ଟି ମ୍ୟାଚରେ ଦଳର ନେତୃତ୍ବ ନେବେ ନା ଆଉ କେଉଁ ଖେଳାଳି ଦାୟିତ୍ବ ନେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ବିରାଟଙ୍କ ଅନୁପସ୍ଥିତିରେ କିଏ ଅଧିନାୟକ ଦାୟିତ୍ବ ସଠିକ୍ ଭାବେ ତୁଲାଇ ପାରିବ କହିଛନ୍ତି। ସୂଚନାଥାଉକି, କୋହଲି ଆଡିଲେଡ୍ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ପରେ ପିତା ହେବା ଖୁସିରେ ଭାରତ ଫେରିବେ।