ସନ୍ଷ୍ଟାର ଟିଭି ବ୍ୟୁରୋ
ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବାମଦଳ ଶାସିତ ନ୍ୟୁଜିଲାଣ୍ଡ କରୋନାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି । ଏବେ ଦେଶର ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ ଗତ ଦୁଇସପ୍ତାହ ହେବ କୌଣସି ସଂକ୍ରମିତ ନଥିବା ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ରିପୋର୍ଟ ଆସିବା ପରେ ସରକାରଙ୍କ ତରଫରୁ ଲଗାଯାଇଥିବା କରୋନା କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି ।
ଯେମିତି କି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ଭଳି କଟକଣାରୁ ଦେଶବାସୀଙ୍କୁ ମୁକ୍ତ କରାଯାଇଛି । ଏଥିସହିତ ବିଦେଶୀମାନଙ୍କ ପାଇଁ ଦେଶର ସୀମାକୁ ଏବେ ବନ୍ଦ ରଖାଯାଇଛି।