ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ତେବେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଶ୍ରୀଜଗନ୍ନାଥ ମନ୍ଦିର ଶୈଳୀରେ ଲିଙ୍ଗରାଜ ମନ୍ଦିରର ରୂପରେଖ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଲିଙ୍ଗରାଜ ମନ୍ଦିରର ସୁପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ସହିତ ଯାଜପୁର ଓ ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ କ୍ୟାବିନେଟ ମଞୁରୀ ମିଳିଛି । ପୁରୀରେ ୧୦୦ ସିଟ ବିଶିଷ୍ଟ କଲେଜ ଓ ୬୫୦ ବିଶିଷ୍ଟ ଶର୍ଯ୍ୟାର ହସ୍ପିଟାଲ ଓ ଯାଜପୁରରେ ୧୦୦ ସିଟ କଲେଜ ଓ ୫୦୦ଶର୍ଯ୍ୟାର ହସ୍ପିଟାଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ମଞୁରୀ ଦେଇଛନ୍ତି । ତେବେ ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ବ୍ୟୟବରାଦ ହୋଇଥିଲା ବେଳେ ଯାଜପୁରରେ ମେଡିକାଲ କଲେଜର କୋଠା ଓ ଭିତ୍ତିଭୂମୀ ପାଇଁ ୪୨୬ କୋଟି ୫୧ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଉଭୟ ମେଡିକାଲ କଲେଜ ର ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।