ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ସରକାରଙ୍କ ଦ୍ଵାରା ପ୍ରକାଶ ପାଇଛି ଷ୍ଟେଟ୍ ସିଲେକ୍ସନ ବୋର୍ଡ ନୋଟିସ ବା ଅଧ୍ୟାପକ ନିଯୁକ୍ତି ବିଜ୍ଞାପନ । ତେବେ ଏହି ବିଜ୍ଞାପନରେ ୧୮ ଟି ବିଷୟ ପାଇଁ ସମୁଦାୟ ୯୭୨ ଟି ପୋଷ୍ଟ ବାହାରିଛି । ଓଡିଆ ଓ ଇତିହାସ ବିଷୟର ବିଭାଗରେ ଅଧ୍ୟାପକ ପଦ ଖାଲି ପଡିଥିଲେ ମଧ୍ୟ ଏହା ପାଇଁ କୌଣସି ସିଟ ବାହାରି ନ ଥିବାରୁ ଆଶାୟୀ ପ୍ରାର୍ଥୀମାନେ ନିରାଶ ହେବା ସହ ସେମାନଙ୍କ ମନରେ ପ୍ରଶ୍ନ ମଧ୍ୟ ଉଙ୍କି ମାରିଛି । ତେବେ ଆପଣଙ୍କ ଅବଗତ ନିମନ୍ତେ ଜଣାଉଛୁ ଯେ ଓଡିଆ ଓ ଇତିହାସ ଅଧ୍ୟାପକ ପଦ ପାଇଁ ପୂର୍ବରୁ ହୋଇଥିବା ଲିଖିତ ପରୀକ୍ଷାରେ ଅଧିକାଂଶ ପ୍ରଶ୍ନ ଭୁଲ ଆସିଥିଲା ।
ଯାହାକୁ ନେଇ କିଛି ପରୀକ୍ଷାର୍ଥୀ ନିଜର ଉତ୍ତର ରଖିଥିବାବେଳେ ଆଉ କିଛି ପରୀକ୍ଷାର୍ଥୀ ପ୍ରଶ୍ନ ଭୁଲ ଅଛି ବୋଲି କହି ପରୀକ୍ଷା ଦେଇନଥିଲେ । ଯାହା ପାଇଁ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଓ ସେମାନେ ନ୍ୟାୟଳୟର ଦ୍ଵାରସ୍ଥ ହୋଇଥିଲେ ଏବଂ ସେମାନଙ୍କ ଦାବି ଥିଲା ଯେ ଆଉଥରେ ପରୀକ୍ଷା କରାଯାଉ । କିନ୍ତୁ ଏହି କଥା ସରକାରଙ୍କ ସପକ୍ଷରେ ଯାଇଥିଲା ଓ ପୁର୍ନବାର ପରୀକ୍ଷା ହୋଇନଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କୁ ନେଇ ତାଙ୍କର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେହେତୁ ଏହି ପ୍ରକ୍ରିୟା ବିଳମ୍ବରେ ହୋଇଥିଲା ସେଥିପାଇଁ ବର୍ତ୍ତମାନ ସମୟରେ ଓଡିଆ ବିଭାଗର ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଯାଇଛି । ଇତିହାସ ବିଭାଗର ନିଯୁକ୍ତି ପ୍ରକ୍ରିୟା ଡିସେମ୍ବର ୧୭ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି ।
ଉଭୟ ଓଡିଆ ଓ ଇତିହାସ ବିଭାଗର ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୁର୍ଣ୍ଣ ଶେଷ ହେବାପରେ ଖାଲି ଥିବା ପଦବୀ ପାଇଁ ପୁଣିଥରେ ନିଯୁକ୍ତିର ବିଜ୍ଞାପନ ପ୍ରକାଶ ପାଇବ । ମନୋନିତ ହୋଇଥିବା ପରୀକ୍ଷାର୍ଥୀ ଓଡିଆ ଓ ଇତିହାସ ବିଭାଗରେ ନିଯୁକ୍ତି ପାଇପାରିବେ ।