ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଅପରାହ୍ନ ୫ଟା ସମୟରେ ଅନୁଷ୍ଠିତ ହେବାକୁ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଯାଉଛି । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିବାକୁ ଯାଉଥିବା ଏହି ବୈଠକରେ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ବିଷୟରେ ଆଲୋଚନା କରାଯାଇପାରେ ।
ବିଭିନ୍ନ ବିଭାଗର ମନ୍ତ୍ରୀମାନେ ମଧ୍ୟ ନିଜ ଜିଲ୍ଲା ମୁଖ୍ୟାଳୟରେ ଭିଡିଓ କନଫରେନ୍ସିଂ ଯୋଗେ ଏହି ବୈଠକରେ ସାମିଲ ହେବେ । ତେବେ ହଠାତ କ୍ୟାବିନେଟ ବୈଠକ ଡକାଯାଇଥିବାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡିକ ଉପରେ ମୋହର ଲାଗିପାରେ ବୋଲି ଅନୁମାନ କରାଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ଶୈଳୀରେ ଲିଙ୍ଗରାଜ ମନ୍ଦିରର ଅଧ୍ୟାଦେଶ ଆଣିବାର ସମ୍ଭାବନା ରହିଛି । ଏହି ଅଧ୍ୟାଦେଶକୁ କ୍ୟାବିନେଟ ବୈଠକରେ ମୋହର ଲାଗିପାରେ ।
ଏଥିସହ ପୁରୀ ଓ ଜୟପୁର ମେଡିକାଲ କଲେଜ ଟେଣ୍ଡର ଏବଂ OAS କ୍ୟାଡର ପୁନର୍ଗଠନ ନେଇ ପ୍ରସ୍ତାବକୁ ମୋହର ଲାଗିପାରେ। କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ସହିତ ଏହାର ବିକାଶ ନେଇ ଚାଲିଥିବା ଏକାମ୍ରକ୍ଷେତ୍ର ପ୍ରକଳ୍ପର ସମୀକ୍ଷା କରିଥିଲେ ଓ ଏହାକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସେବାୟତ ମାନଙ୍କୁ ପ୍ରତିଶୃତି ଦେଇଥିଲେ ।