ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପୂର୍ବ ଲଦାଖର ଭାରତ- ଚୀନ ସୀମାରେଖାରେ ଗତ କିଛି ମାସ ହେଲା ଚୀନ ଯବାନଙ୍କ ସୀମା ଉଲଂଘନ ନୀତି ଦେଖିବାକୁ ମିଳିଛି । ଭାରତ – ଚୀନ ଯବାନ ମାନଙ୍କ ମଧ୍ୟରେ ବାରମ୍ବାର ଉତ୍ତେଜନା ଲାଗି ରହିଛି । ଏଭଳି ସ୍ଥିତିକୁ ଦେଖି ଭାରତ ସରକାର ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି । ଭାରତୀୟ ସେନା ଏବେ ୧୫ ଦିନ ଯାଏଁ ଯୁଦ୍ଧ ଲଢିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅସ୍ତ୍ରଶସ୍ତ୍ର ସରଂକ୍ଷିତ ରଖିପାରିବେ ଯାହା ଫଳରେ ଭାରତ ଚୀନ ଓ ପାକିସ୍ତାନ ସହିତ ଯୁଦ୍ଧରେ କଡା ମୁକାବିଲା କରିପାରିବେ ।
ତେବେ ଏଥିପାଇଁ ଅଧିକ ଅସ୍ତ୍ରଶସ୍ତ୍ର ସ୍ଥାନୀୟ ଓ ବିଦେଶରୁ କିଣିବାକୁ ପଡିବ ଯାହା ପାଇଁ ୩ ସେନାକୁ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । । ସୀମାର ପରିସ୍ଥିତିକୁ ନଜରରେ ରଖି ଏପରି ନିଷ୍ପତି ନିଆଯାଇଛି । ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେନାମାନଙ୍କୁ ନିଜର ସାମର୍ଥ୍ୟ ବଢାଇବା ପାଇଁ କିଛି ଦିନ ପୂର୍ବରୁ ଅନୁମତି ମିଳିଥିଲା । କିଛି ବର୍ଷ ପୂର୍ବେ ୪୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିବାର ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ପରେ ଅସ୍ତ୍ରଶସ୍ତ୍ର ସଂଗ୍ରହର ସମସ୍ୟା ଓ ଯୁଦ୍ଧର ସ୍ଥିତିକୁ ଦେଖି ଏହାକୁ ୧୦ ଦିନକୁ ହ୍ରାସ କରାଯାଇଥିଲା ।
ଯୁଦ୍ଧ ପାଇଁ ଆବଶ୍ୟକ ପରିମାଣରେ ଅସ୍ତ୍ରଶସ୍ତ୍ରର ଅଭାବ ରହିଛି ବୋଲି ଉରୀ ଆକ୍ରମଣ ପରେ ଅନୁଭବ କରାଯାଇଥିଲା । ସେତେବେଳେ ଏହାକୁ ବଢାଇବା ପାଇଁ ସେହି ସମୟର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ସେନାଙ୍କୁ ଅନୁମତି ଦେଇଥିଲେ ।