ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ଆଜି ୧୯ ଦିନରେ ପହଞ୍ଚିଛି । ନୂତନ କୃଷି ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି କୃଷକ ସଂଗଠନ । ତେବେ ଏହି ଆନ୍ଦୋଳନକୁ ନେଇ ବୟାନ ରଖିଛନ୍ତି ବିଜେପି ମହା ସଚିବ ଅରୁଣ ସିଂ । ସେ କହିଛନ୍ତି ଏହି ପୁରା ଆନ୍ଦୋଳନରେ ୧ % ବି ଚାଷୀ ସାମିଲ ନାହାନ୍ତି ।ସେ ଆଉ ମଧ୍ୟ କହିଛନ୍ତି ଯେ ଚାଷୀମାନେ ବହୁତ ନୀରିହ ଅଟନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଛୋଟ ଛୋଟ ସଂଗଠନ ପଶି ସେମାନଙ୍କୁ ଉସକାଉଛନ୍ତି । ଯେଉଁମାନଙ୍କ ବିଷୟରେ ଆଲୋଚନା କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ତେବେ ରାଜସ୍ଥାନରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଏପରି କହିଛନ୍ତି ଅରୁଣ ସିଂ ।
ଆଜି ଚାଷୀମାନେ ଭୋକ ଉପାସରେ ରହି ଆନ୍ଦୋଳନରେ ବସିଛନ୍ତି । ନୂତନ କୃଷି ଆଇନରେ କେତେକ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ ମଧ୍ୟ କୃଷକ ସଂଗଠନ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି । ସରକାର ଏହି ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର ନ କରିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି କୃଷକ ସଂଗଠନର ନେତାମାନେ । ଏହି ଆନ୍ଦୋଳନକୁ ଅନେକ ରାଜନୈତିକ ଦଳ ମାନେ ମଧ୍ୟ ସମର୍ଥନ କରୁଥିବାର ଦେଖିବାକୁ ମିଳିଛି ।