ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ୧୯ ବର୍ଷ ତଳେ ୧୩ ଡିସେମ୍ଵର ୨୦୦୧ ଅର୍ଥାତ ଆଜିର ଦିନରେ ଭାରତର ପାର୍ଲିଆମେଣ୍ଟ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ବି ଭାରତ ଭୁଲି ପାରିନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କଳା ଦିବସକୁ ମନେ ପକାଇ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ ଆଜିର ଦିନରେ କିଛି ଭୀରୁମାନଙ୍କ ସଂସଦ ଆକ୍ରମଣକୁ କେବେ ଭୁଲି ହେବ ନାହିଁ । ସଂସଦକୁ ସୁରକ୍ଷା ଦେବାକୁ ଯାଇ ଏହି ଆକ୍ରମଣରେ ସହୀଦ ହୋଇଥିବା ସମସ୍ତ ସହୀଦମାନଙ୍କୁ ଭାରତ ସର୍ବଦା ମନେ ରଖିବ ଓ ଭାରତ ସବୁଦିନ ପାଇଁ ସୋମାନଙ୍କ ନିକଟରେ କୃତଜ୍ଞ ରହିବ ।
ସେହି ଦିନ ଉପରେ କିଛି ତଥ୍ୟ
ସେହି ଦିନ ସଂସଦରେ ଶୀତକାଳୀନ ବୈଠକ ବସିଥିଲା ।୨୦୦ ରୁ ଅଧିକ ନେତାଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ଉପସ୍ଥିତ ଥିଲେ ।ହଠାତ ସଂସଦ ମଧ୍ୟକୁ ପ୍ରବେଶ କରିଥିଲା ଏକ ଧଳା କାର ଯେଉଁଥିରେ ଥିଲେ ୫ ଆତଙ୍କବାଦୀ । ସେମାନଙ୍କ ହାତରେ ଥିଲା ଏ-କେ ୪୭ ବନ୍ଧୁକ । ଲକ୍ସର-ଏ- ତୋୟବା ଓ ଜୈଶ୍- ଏ- ମୋହମ୍ମଦ ଆତଙ୍କୀ ସଂଗଠନର ୫ ଜଣ ଆତଙ୍କବାଦୀ ମିଳିତ ଭାବେ ସଂସଦଭବନକୁ ଆକ୍ରମଣ କରିଥିଲେ ।
ପ୍ରାୟ ୧୧.୨୮ ମି ରେ ବାହାରୁ ଗୁଳିର ଶବ୍ଦ ଶୁଭିଥିଲା । ୪୫ ମିନିଟ ଯାଏଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଅବ୍ୟାହତ ରହିଥିଲା । ଏହି ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ୬ ଜଣ ଦିଲ୍ଲୀ ପୋଲିସ ଏହି ଆକ୍ରମଣରେ ସହୀଦ ହୋଇଥିଲେ । ସେହି ୫ ଜଣ ଆତଙ୍କବାଦୀ ମଧ୍ୟ ନିଡତ ହୋଇଥିଲେ । ମାତ୍ର ପାଞ୍ଚ ଜଣ ଆତଙ୍କବାଦୀଙ୍କ ଏପରି ବର୍ବରକାଣ୍ଡ ସମସ୍ତଙ୍କୁ ହତବାକ କରିଥିଲା ।
We will never forget the cowardly attack on our Parliament on this day in 2001. We recall the valour and sacrifice of those who lost their lives protecting our Parliament. India will always be thankful to them.
— Narendra Modi (@narendramodi) December 13, 2020