ସନ୍ଷ୍ଚାର ଟିଭି ବ୍ୟୁରୋ
ଖିସ୍ମିସ୍ ଖାଇବାକୁ କାହାକୁ ଭଲ ଲାଗେନା ? ଏହାକୁ ଖାଇବାକୁ ଯେତିକି ସୁଆଦିଆ, ସ୍ଵାସ୍ଥ୍ୟ ପାଇଁ ମଧ୍ୟ ତା’ଠାରୁ ଅଧିକ ଭଲ। ଖିସ୍ମିସ୍ରେ ଅନେକ ଗୁଣ ରହିଛି ଯାହା ହୁଏତ ଆପଣ ଜାଣନଥିବେ। ଏଥିରେ ବହୁ ସ୍ୱାସ୍ଥ୍ୟଗତ ଫାଇଦା ରହିଛି। ଖିସ୍ମିସ୍ ଖାଇବା ଦ୍ୱାରା ଖାଦ୍ୟ ହଜମ ହେବା ସହଜ ହୋଇଥାଏ। ଖାଲି ସେତିକି ନୁହେଁ ଥଣ୍ଡା, ଜ୍ୱର, କାଶ ଆଦି ରୋଗର ନିରାକରଣ ବି ଏଥିରେ ଭରି ରହିଛି ବୋଲି ଗବେଷକମାନେ ମତ ଦେଇଛନ୍ତି।
ଏହାର ସକାରାତ୍ମକ ପ୍ରଭାବ ଆଖି, ଦାନ୍ତ, କେଶ ଓ ହାଡ଼ ଆଦିରେ ପଡ଼ିଥାଏ। ଏଥିରେ କ୍ୟାଲ୍ସିୟମ୍, ଆଇରନ୍, ପଟ୍ଟାସିୟମ୍, ଫସ୍ଫରସ୍ ଏବଂ ମାଗ୍ନେସିୟମ ଆଦି ରହିଛି। ଏହାବ୍ୟତୀତ ଏଥିରେ ଭିଟାମିନ ସି, ଏବଂ ବି-୬ ମଧ୍ୟ ରହିଛି।
ରାତିରେ ୪ଟି କିମ୍ବା ୬ଟି କିସ୍ମିସ୍କୁ ପାଣିରେ ଭିଜେଇ ଦିଅନ୍ତୁ। ସକାଳୁ ଉଠି ଦାନ୍ତ ଘସିବା ପରେ ଖାଲି ପେଟରେ ସେହି ପାଣି ମିଶା ଖିସ୍ମସ୍କୁ ଖାଇଦିଅନ୍ତୁ। ଯଦି ଆପଣ ମୋଟା ହେବାକୁ ଚାହୁଁଛନ୍ତି, ତେବେ ଏହାକୁ ଆପଣ ସବୁଦିନ ଖାଇପାରନ୍ତି ।ଏହା ଶରୀରରେ ଅତିରିକ୍ତ ଚର୍ବି ନ ବନାଇ ବ୍ୟକ୍ତିକୁ ମୋଟା ହେବାରେ ସହାୟ ହୋଇଥାଏ।
ଖିସ୍ମିସ୍ ଖାଇବା ଦ୍ଵାରା କର୍କଟ ରୋଗକୁ ପ୍ରତିରୋଧ କରିବାର କ୍ଷମତା ବଢିଥାଏ । ଏହାଛଡ଼ା ଖିସ୍ମିସ୍ରେ ହୃଦ୍ରୋଗ, ମଧୁମେହ, ନିଦ୍ରାହୀନତା, ତ୍ୱଚା, କେଶ, କିଡନୀ ଜନିତ ରୋଗର ନିରାକରଣ କ୍ଷମତା ମଧ୍ୟ ଭରି ରହିଥାଏ । ଏହାକୁ ନିୟମିତ ଖାଇଲେ ଅନେକ ସୁଫଳ ମିଳିବ।