ସନ୍ଷ୍ଟାର ଟିଭି ବ୍ୟୁରୋ
ଦଳର ପ୍ରତିଷ୍ଠା ଦିବସରେ ଅବସରରରେ କେଉଁ କେଉଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ସେ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିବା ପାଇଁ ବିଜେଡି କାର୍ଯ୍ୟାଳରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ପ୍ରଥମେ ସମ୍ବର୍ଦ୍ଧନା ଭାଷଣ ଦେଇଥିଲେ । ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୧ ତାରିଖରେ ରାଜ୍ୟ ପରିଷଦ ବୈଠକ ବିଷୟରେ ସୂଚନା ଦେଇଥିଲେ । ଏଥିରେ ଦଳର ସାଙ୍ଗଠନିକ ପ୍ରସଙ୍ଗ ଠାରୁ ଆରମ୍ଭ କରି , ଆର୍ଥନୈତିକ , ରାଜନୈତିକ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଓଡିଶାର ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳର ପାଳନ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଦଳର ମୁଖ୍ୟ ନବୀନ ପଟ୍ଟନାୟକ ବୋଲି କହିଥିଲେ ଦେବୀ ପ୍ରସାଦ ମିଶ୍ର ।
ଏହା ପରେ ବିଜେଡିର ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞୟ ଦାସ ବର୍ମା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସମ୍ବନ୍ଧରେ ବିବରଣୀ ଦେଇଥିଲେ ।ଏହି ବୈଠକରେ ସମସ୍ତ ବିଧାୟକ,ସାଂସଦ, ଜିଲ୍ଲା ଓ ରାଜ୍ୟ ପରିଶଦର ସମସ୍ତ ସଭ୍ୟ ଯୋଗ ହେବେ । ଏହି ରାଜନୈତିକ ପ୍ରସ୍ତାବ ଏହି ଦିନ ଗ୍ରହଣ କରାଯିବ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରାଯିବ ଏହାର ରୂପରେଖ ବିଷୟରେ ଆଲୋଚନା କରାଯିବ । ନୂତନ ନିର୍ବାଚିତ କର୍ମକର୍ତ୍ତାଙ୍କ କାର୍ଯ୍ୟ ବା ଦାୟିତ୍ଵ ବିଷୟରେ ଆଲୋଚନା କରାଯିବ । ଏହି ଦୁଇ ଦିନିଆ ବୈଠକଟି ବେଶ୍ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ସଞୟ ଦାସ ବର୍ମା ।
୨୧ ତାରଖରେ ଅନୁଷ୍ଠିତ ହେବାକୁ ଥିବା ଦଳର ପ୍ରତିଷ୍ଠା ଦିବସ ବ ରାଜ୍ୟ ପରିଷଦ ବୈଠକ ବିଷୟରେ ସୂଚନା ଦେଇଥିଲେ ଦଳର ସାଧାରଣ ସମ୍ପାଦକ ଅତନୁ ସବ୍ୟସାଚୀ ନାୟକ । ଆଗାମୀ ୨୬ ତାରିଖ ଦିନ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳରେ ପ୍ରତିଷ୍ଠା ଦିବସ ପାଳନ କରାଯିବ । କୋଭିଡର ସମସ୍ତ ନିୟମ ପାଳନ କରାଯାଇ ଏହି ଦିବସ ପାଳନ କରାଯିବ ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ନାୟକ ।