ସନ୍ଷ୍ଟାର ଟିଭି ବ୍ୟୁରୋ
ବରଗଡ: କରୋନା ମହାମାରୀ ପାଇଁ ଏ ବର୍ଷ ପ୍ରାୟ ସମସ୍ତ ପର୍ବପର୍ବାଣୀ ପାଳନକୁ ଏକପ୍ରକାର ସ୍ଥଗିତ ରଖାଯାଇଛି । ତେବେ ବରଗଡରେ ଅନୁଷ୍ଠିତ ହେଉଥିବା ସୁପ୍ରସିଦ୍ଧ ଧନୁଯାତ୍ରାକୁ ମଧ୍ୟ ବନ୍ଦ ରଖାଯାଇଛି । ତେବେ ଏ ନେଇ ସୂଚନା ବରଗଡ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟି ସଦସ୍ୟଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତି ନିଆଯାଇଥିବା କହିଛନ୍ତି ଜିଲ୍ଲା ପ୍ରଶାସନ ।
ତେବେ ପ୍ରତିବର୍ଷ ଧନୁଯାତ୍ରାରେ ବରଗଡରେ ଅନେକ ଲୋକ ଏକତ୍ରିତ ହୋଇଥାନ୍ତି ।ଗତ ବର୍ଷ କଂସ ମହାରାଜା ରୂପେ ଅଭିନୟ କରିଥିବା ଭୁବନେଶ୍ନର ପ୍ରଧାନଙ୍କ ଅଭିନୟକୁ ବେଶ୍ ପ୍ରଂଶସା କରିଥିଲେ ଜନସାଧାରଣ ।