ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ଟିକାକୁ ନେଇ ସାରା ବିଶ୍ଵ ଏବେ ଆଶ୍ଵସ୍ତି ଅନୁଭବ କରିଛି । କାରଣ କରୋନା ଟିକାର ପରୀକ୍ଷଣ ସମ୍ଭବ ହେବା ସହ କେତେକ ଦେଶରେ ମଧ୍ୟ ଲୋକମାନଙ୍କୁ କରୋନା ଦିଆଗଲାଣି । କିନ୍ତୁ ଏହାକୁ ନେଇ ସାଧାରଣ ଜନତା ଦ୍ଵନ୍ଦରେ । ଏହା କାହାକୁ ମିଳିବ, ଟିକା ନେବା ପାଇଁ କେତେ ମୂଲ୍ୟ ଦେବାକୁ ପଡିବ, ପରିବାରର ସମସ୍ତ ସଦସ୍ୟ ଏହା ପାଇ ପାରିବେ କି ନାହିଁ । ଏପରି ଅନେକ ପ୍ରଶ୍ନକୁ ନେଇ ଚିନ୍ତାରେ ରହିଛନ୍ତି ସାଧାରଣ ଲୋକ । ତେବେ ଏହା ମଧ୍ୟରେ ଦେଶର କିଛି ରାଜ୍ୟର ସରକାର ନିଜର ନାଗରିକଙ୍କ ପାଇଁ ମାଗଣାରେ କରୋନା ଟିକା ଯୋଗାଇ ଦେବା ପାଇଁ ନିଷ୍ପତି ନେଇଛନ୍ତି ।
ପ୍ରଥମେ ବିହାର ନିର୍ବାଚନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ କି ବିହାରରେ ବିଜେପି ଓ ଜେଡିୟୁ ସରକାର ଗଠନ କଲେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । ଏବେ ସେଠାରେ ବିଜେପି ଜେଡିୟୁକୁ ଲୋକମାନେ ବହୁମତ ଦେଇଥିବାରୁ ନିର୍ମଳାଙ୍କ ମାୟାରେ ଛନ୍ଦି ହୋଇ ଲୋକଙ୍କୁ ମାଗଣା ଟିକା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ।
କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଧ୍ୟ କରୋନା ଟିକା ମାଗଣାରେ ଦେବାର ନିଷ୍ପତି ନେଇଛନ୍ତି ।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି ପଲାନିସ୍ୱାମୀଙ୍କ ସରକାର ବି ତାମିଲନାଡୁରେ ସମ୍ପୁର୍ଣ୍ଣ ମାଗଣା ଟିକାକରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ସେହିପରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବି ମାଗଣା ଟିକା ଦେବା ନେଇ ଘୋଷଣା କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ଟିକା ଦେବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।