ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକତା: ଗତ ଗୁରୁବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ମତ ରଖିଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର । ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ଼ଡା ଚେତାବନି ଦେଇଛନ୍ତି । ଆକ୍ରମଣ ପରେ ଜେ ପି ନଡ୍ଡା ଙ୍କୁ ମମତା ବାନାର୍ଜି ଦେଇଥିବା ମତ ଉପରେ ପ୍ରଶ୍ନ ରଖିଛନ୍ତି ରାଜ୍ୟପାଳ । ନିଜ କଥାକୁ ଫେରାଇ ନିଅନ୍ତୁ ବୋଲି କହିବା ସହିତ ସେ ଆଉ ମଧ୍ୟ କହିଛନ୍ତି ଯେ ମ୍ୟାଡମ, ଦୟାକରି ନିଆଁରେ ଖେଳନ୍ତୁ ନାହିଁ । ତେବେ ଆଜି ସକାଳେ ହିଁ ରାଜ୍ୟପାଳ ଏହି ଅବ୍ୟବସ୍ଥିତ ଆଇନ ଉପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟ ଆଧାରରେ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଓ ଡିଜିପିଙ୍କୁ ସମନ ଜାରି କରିଯାଇଛି । ଲୋକତନ୍ତ୍ରର ହତ୍ୟା କରାଯାଉଛି ବୋଲି କହିଛନ୍ତି ରାଜ୍ୟପାଳ ।
କାଲି କୋଲକତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଗାଡି ଙ୍କ ଉପରକୁ ପଥର ମାଡ କରାଯାଇଥିଲା । ଅଳ୍ପକେ ବର୍ତ୍ତୀ ଯାଇଥିଲେ ଜେ ପି ନଡ୍ଡା ।ଏହି ଆକ୍ରମଣ ପଛରେ ତୃଣମୂଳ କଂଗ୍ରେସର ହାତ ଅଛି ବୋଲି କହିଛନ୍ତି ବିଜେପି ନେତା । ତେବେ ଏହି ଆକ୍ରମଣରେ ପ୍ରତିକ୍ରିୟା ରଖି ମମତା ବାନାର୍ଜୀ କହିଥିଲେ ଯେ ଯଦି ବିଜେପିକୁ ଲୋକ ପସନ୍ଦ କରୁନାହାନ୍ତି ତ ଆମେ କଣ କରିପାରିବୁ । ସେ ଆଉ ମଧ୍ୟ କହିଥିଲେ ଯେ ଚଡ୍ଡା- ନଡ୍ଡା -ଫଡ୍ଡା- ଭଡ୍ଡା ସମସ୍ତେ ଏଇଠି ଅଛନ୍ତି । ଏମାନଙ୍କ ପାଖରେ କିଛି କାମ ନାହିଁ ।